କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡିଶା କ୍ରିକେଟ୍ ଆସୋସିଏସନ ସଦସ୍ୟ ଶୁଭାଶିଷ ସେନାପତିଙ୍କ ସଭାପତିତ୍ୱରେ ପ୍ରଥମେ ସ୍ୱର୍ଗତ ଶର୍ମାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ପ୍ରଫୁଲ୍ଲ ଦାସ, ଏମ୍ଡି ନୟିମ୍ ଭାଇ, ନୃସିଂହ ରଥ, କେଶବ ସାହୁ, ନିରଞ୍ଜନ କର, ଆଇନଜୀବୀ ଗୋକୁଳ ଦାସ, ସାମ୍ବାଦିକ ପରେଶ ଦାସ, ବରଦାକାନ୍ତ ବରାଳ, ସତ୍ୟପ୍ରକାଶ ତ୍ରିପାଠୀ, ଅସିତ ଦାସ, ଦୀପକ କୁମାର ବାରିକ, ଆକବର ଅଲ୍ଲୀ ଖାନ, ଏସ୍କେ ସଫାତୁଲ୍ଲା, ଅଖିଲ ଅହମେଦ, ସମିର ମହାପାତ୍ର, ଚିରଞ୍ଜିବୀ ବଳ, ଆନନ୍ଦ ବେହେରା, ଅନୁପ ରାଉତ, ଜଗନ୍ନାଥ ସାହୁ, ରଶ୍ମିରଞ୍ଜନ ସିଂହ, ହରିହର ବେହେରା, କ୍ୟାପଟେନ୍ ବିକାଶ ପରିଡା, ଖେଳାଳି ରାଜଶ୍ରୀ ଚୁଲି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.