ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ବ୍ୟାଚର ବନ୍ଧୁମିଳନ

blank
କେନ୍ଦ୍ରାପଡ଼ା,୩୧ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବେଣାଜୋରୀବଟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୪ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାଳୟ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ୍ତର ଅମଳେନ୍ଦୁ ଜେନା, ତାପସ ବାରିକ, ବିଭୁତିଭୂଷଣ ଦାସ, ପ୍ରଶାନ୍ତ ମଲ୍ଲ, ଶିବପ୍ରସାଦ ଦାସ, ଦିଲ୍ଲିପ ରାଉତ, ବରଦାକାନ୍ତ ମନ୍ତ୍ରୀ, ସଂଯୁକ୍ତା ବିହାରୀ, ସୁକାନ୍ତି ମହାନ୍ତି, ଦମୟନ୍ତୀ ବିଶ୍ୱାଳ ଓ ହିମାଂଶୁ ଭୂଷଣ ରାଉତ ପ୍ରମୁଖ ଯୋଗଦେଇ ନିଜର ସେହି ପୁରାତନ ଅତୀତ ସମ୍ପର୍କରେ ଆଲୋଚନା କରି କିଛି ସମୟ ପାଇଁ ବିଭୋର ହୋଇପଡିଥିଲେ।

Next Post

ସ୍ୱାସ୍ଥ୍ୟ ବିଭାଗ ଆଇଇସି ସାମଗ୍ରୀକୁ ଉଦଘାଟନ କଲେ ଜିଲ୍ଲାପାଳ

Wed Dec 31 , 2025
କେନ୍ଦ୍ରାପଡ଼ା,୩୧ା୧୨:ଜିଲ୍ଲାର ସ୍କୁଲ ମାନଙ୍କରେ କିଶୋର କିଶୋରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟ ସହିତ ଚକ୍ଷୁ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ରଘୁରାମ ଆର. ଆୟର ଖଡିଅଙ୍ଗସ୍ଥିତ ପୁରୁଣା ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଆଇଇସି(ସୂଚନା ଶିକ୍ଷା ଯୋଗାଯୋଗ) ସମ୍ମିଳିତ ସାମଗ୍ରୀକୁ ଉଦଘାଟନ କରିଛନ୍ତି। ଶାରୀରିକ ଓ ମାନସିକ ଅଭିବୃଦ୍ଧି, ଭାବନାତ୍ମକ କୁଶଳତା ଓ ମାନିସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା, ପୋଷଣ ସ୍ୱାସ୍ଥ୍ୟ ଓ ପରିମଳ, ନାଗରିକତାର ମୂଲ୍ୟବୋଧ ଇତ୍ୟାଦି ଲେଖା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading