ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀରେ କେନ୍ଦ୍ରାପଡା ଚମ୍ପିୟାନ

blank
କେନ୍ଦ୍ରାପଡ଼ା,୨୯ା୧୨: ରାଜ୍ୟସ୍ତରୀୟ ସ୍କାଉଟ୍ସ ଗାଇଡ୍ସ ଜାମ୍ବୋରୀ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଭିଯାତ୍ରୀ ଦଳ ଚମ୍ପିୟାନ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଠାରେ ଚଳିତ ମାସ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବିଂଶତମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୨୫ଶହରୁ ଉର୍ଦ୍ଧ୍ୱ ବଛା ବଛା ସ୍କାଉଟ୍ସ ଗାଇଡ଼୍ସଙ୍କୁ ନେଇ ଆୟୋଜିତ ଏହି ଜାମ୍ବୋରୀରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରି ଲଗାତାର ତୃତୀୟ ଥର ପାଇଁ ଚମ୍ପିୟାନ ଟ୍ରଫି ଜିତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି।

ପ୍ରଶିକ୍ଷଣ ଆୟୁକ୍ତ ସରୋଜକାନ୍ତ ବିଶ୍ୱାଳ, ହରପ୍ରିୟା କର ଏବଂ ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟ ନାୟକଙ୍କ ନେତୃତ୍ୱରେ ଜିଲ୍ଲାର ୯୯ ଜଣ ସ୍କାଉଟ୍ସ ଓ ଗାଇଡ୍ସ, ୫ ଜଣ ସ୍କାଉଟ ମାଷ୍ଟର ଓ ୫ଜଣ ଗାଇଡ଼ କ୍ୟାପଟେନ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଜାମ୍ବୋରୀରେ ଜିଲ୍ଲା ଜିଲ୍ଲା ମଧ୍ୟରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେଥିମଧ୍ୟରୁ ଆଞ୍ଚଳିକ ଯାତ୍ରା, ପ୍ରଦର୍ଶନୀ, ଖାଦ୍ୟ ମେଳା, ଶାରୀରିକ ଦକ୍ଷତା ପ୍ରଦର୍ଶନ, ଜିଲ୍ଲା ତୋରଣ ଭଳି ପାଞ୍ଚଟି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନ୍ଦ୍ରାପଡ଼ାର ସ୍କାଉଟ ଗାଇଡ଼ମାନେ ନୃତ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ, ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ହାତେଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀ ପ୍ରସାଦ ମିଶ୍ର ତଥା ରାଜ୍ୟ ସଂଗଠନ କମିଶନର (ଗାଇଡ଼) ଅନାମିକା ଦାସ ଜିଲ୍ଲାର କୁନି କୁନି ସ୍କାଉଟ୍ସ ଓ ଗାଇଡ୍ସ ମାନଙ୍କ ପ୍ରତିଭାକୁ ଉଛ୍ୱସିତ ପ୍ରଶଂସା କରିଛନ୍ତି। ପିଲାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାରେ ସ୍କାଉଟ ମାଷ୍ଟର ଚନ୍ଦନ ଚର୍ଚ୍ଚିତ ମହାପାତ୍ର, ପ୍ରତାପ ହରିଚନ୍ଦନ, ଗାଇଡ଼ କ୍ୟାପଟେନ ନମିତା ନାୟକ, ଗାୟତ୍ରୀ ମିଶ୍ର ଏବଂ ଅମ୍ବିକା ମହାନ୍ତି ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଟିମ୍‌ର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସ୍ମିତାପ୍ରତିଭା ସାହୁ, ସ୍କାଉଟ କମିଶନର ପୀତବାସ ପଣ୍ଡାଙ୍କ ସମେତ ସଂଗଠନ କମିଶନର ଦେବରାଜ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Next Post

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୧୪୦ତମ ପ୍ରତିଷ୍ଠା ଦିବସ

Mon Dec 29 , 2025
କେନ୍ଦ୍ରାପଡା,୨୯ା୧୨:କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା କଂଗ୍ରେସ ଦଳର ପତାକା ଉତ୍ତୋଳନ କରିଥିଲେ। ଏହାପରେ କଂଗ୍ରେସ ଦଳର ଗୈାରବମୟ ଇତିହାସ, ଦେଶ ପାଇଁ ସମର୍ପିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading