ଡାମରପୁରରେ ଗଛରୁ ପଡି ଛାତ୍ରୀ ମୃତ

blank
ପଟ୍ଟାମୁଣ୍ଡାଇ ୧୯/୪ -ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି । ଏକ ଆମ୍ବ ଗଛରୁ ଖସିପଡି ଜଣେ ନାବାଳିକା ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଂଗୀତା ତରାଇ ୧୩ ବୋଲି ଜଣାପଡିଛି ।ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଛେଦରା ଗ୍ରାମର ସଂଗୀତା ତରାଇ ଡାମରପୁର ଗ୍ରାମରେ ଥିବା ମାମୁଁ ଘରେ ରହି ପାଠ ପଢୁଥିଲେ । ଶୁକ୍ରବାର ସକାଳେ ଆମ୍ବତୋଳିବା ପାଇଁ ଘର ଠାରୁ ୧୦୦ ମିଟର ଦୂର ଏକ ତୋଟାର ଆମ୍ବ ଗଛରେ ଚଢି ଥିବାବେଳେ ଅସାବଧାନତାବଶତଃ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଁଛି ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର କେନ୍ଦ୍ରାପଡା ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ଆଖି ବୁଜି ଦେଇଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କାଳ ବୈଶାଖି ପ୍ରଭାବରେ ଝଡ଼ ତୋଫାନ, ଜମ୍ବୁଦ୍ୱୀପ ମହୋତ୍ସବର ଚତୁର୍ଥ ସନ୍ଧ୍ୟା ବାତିଲ, ଫେରିଗଲେ ଆଇନ୍ ମନ୍ତ୍ରୀ

Sat Apr 19 , 2025
କେନ୍ଦ୍ରାପଡ଼ା,୧୯ା୪: କାଳବୈଶାଖି ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରେ ମହାକାଳପଡ଼ାରେ ପ୍ରବଳ ଝଡ଼ ତୋଫାନ ହୋଇଛି। ଏହାଦ୍ୱାରା ଟେଣ୍ଟ ଭାଙ୍ଗି ଯାଇଥିଲା। ଟେଣ୍ଟ ଭିତରେ ମହୋତ୍ସବ ଦେଖିବା ପାଇଁ ରହିଥିବା ହଜାର ହଜାର ଦର୍ଶକ ଆତଙ୍କିତ ହୋଇପଡିଥିଲେ। ଟେଣ୍ଟ ଭିତରୁ ବାହାରି ଯିବା ପାଇଁ ଲୋକେ ଉଦ୍ୟମ କରୁଥିବା ବେଳେ ଠେଲାପେଲାରେ ୨ ଜଣ ଆହତ ହୋଇଥିଲେ। ଅତିଥି ଭାବେ ଯୋଗଦେବାକୁ ଆସିଥିବା ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading