ବିପୁଳ ପରିମାଣରେ ଚୋରା ମଦ ଜବତ, ଜଣେ ମହିଳା ସମେତ ୫ କୋର୍ଟ ଚାଲାଣ

blank
କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟ୍ରକ ୧୧୮ ଲିଟର ମଦ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲ୍ଲିକ, ପଦ୍ମଲୋଚାନ ନାୟକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ, ନରେଶ କୁମାର ପଣ୍ଡା ଏବଂ ଅନ୍ୟ କର୍ମଚାରୀ ସାମିଲ କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ ଏବଂ ରାଜକନିକା ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନଳପୋଖରୀ ଗ୍ରାମର ମହିନ୍ଦ୍ର ସ୍ୱାଇଁଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ରାଜକନିକା ଆୟତନ ଗ୍ରାମର ଯଦୁନାଥ ବିଶ୍ୱାଳଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ସାହାସପୁର ଗ୍ରାମର ଆନୀତା ମଳିକଙ୍କ ଠାରୁ ୨୧ ଲିଟର ଦେଶୀ ମଦ, କାକାଟ ଗ୍ରାମର ରଘୁନାଥ ନାୟକଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ ଏବଂ ପାଳଶିଙ୍ଘ ଗ୍ରାମର ସଂଜୀବ ବାରିକଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ ଜବତ କରି ଏମାନଙ୍କୁ ଗିରଫ କରାଯାଥିଲା। ଏମାନଙ୍କ ପାଖରୁ ସମୁଦାୟ ୧୧୮ ଲିଟର ଚୋରା ଦେଶୀ, ବିଦେଶୀ ଓ ରନ୍ଧା ମଦ ଜବତ କରାଯାଇ ୧ ମହିଳା ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ କହିଛନ୍ତି ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରତିଷ୍ଠା ଦିବସ

Wed Apr 9 , 2025
କେନ୍ଦ୍ରାପଡ଼ା,୯ା୪: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାଇଁ ଏନସିସି ଆଲୁମିନି ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଓଡିଶାର ସୁନାମଧନ୍ୟ ସମାଜସେବୀ ତଥା ଶବର ଶେଷ ସାଥି ରୂପେ ପରିଚିତ ଗଗନ କୁମାର ପାଇଟାଳ, ସମାଜସେବୀ ତଥା ରୋଗୀର ଶେଷ ସାଥି ରୂପେ ପରିଚତ ଲଳିତ କୁମାର ରାୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରାପଡାରୁ ସୁଦୂର […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading