ପ୍ରେମ ନିବେଦନ କରି କନେଷ୍ଟବଳ ଗିରଫ

blank
କେନ୍ଦ୍ରାପଡ଼ା,୧୩ା୧୧:ଖାଖିରେ ଲାଗିଛି ଦାଗ। ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ମାର୍ଶାଘାଇ ଥାନା ଇନ୍ସପେକ୍ଟର ତପନ କୁମାର ନାୟକ ଜଣେ ପୁଲିସ କନଷ୍ଟେବଳଙ୍କୁ ଗିରଫ କରିଛନ୍ତି। ଗିରଫ ପୁଲିସ କନଷ୍ଟେବଳ ଜଣକ ହେଉଛନ୍ତି କୁଦାନଗରୀ ଥାନାର ପୂର୍ବତନ କର୍ମଚାରୀ ଅଜୟ କୁମାର ସାହୁ। ଅଜୟ ମାର୍ଶାଘାଇ ଥାନା ଅଂଚଳର ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହାପରେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବଦନାମ କରିଦେବେ ବୋଲି ଧମକ ଦେଇଥିଲେ। ଏ ନେଇ ମହିଳା ଜଣକ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ କର୍ମଚରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହା ଯଥେଷ୍ଟ ନୁହେଁ ବୋଲି ମହିଳା ଜଣକ ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ। ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ମାର୍ଶାଘାଇ ଥାନା ଇନ୍ସପେକ୍ଟର ତପନ କୁମାର ନାୟକ ଅଭିଯୁକ୍ତ ପୋଲିସ କନଷ୍ଟେବଳ ଅଜୟ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ତପନ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ ଯିଏ ଅପରାଧ କରିବ ସେ ଅପରାଧୀ। ତେଣିକି ସିଏ ପୋଲିସ କର୍ମଚାରୀ ହେଉ କି ଯେଉଁ ବିଭାଗର କର୍ମଚାରୀ ହେଉ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ। ଏ କ୍ଷେତ୍ରରେ କନଷ୍ଟେବଳ ଅଜୟ ସାହୁଙ୍କ ବିରୋଧରେ ସମସ୍ତ ତଥ୍ୟ ଓ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ସେ କହିଛନ୍ତି।

Next Post

କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର

Thu Nov 13 , 2025
କେନ୍ଦ୍ରାପଡ଼ା,୧୩ା୧୧:କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ତତ୍ୱାବଧାନରେ ଜିଲ୍ଲାରେ ପ୍ରଥମ ଥରପାଇଁ ୧୨ ନଭେମ୍ବରରୁ ରାଜସ୍ୱ ଜନଶୁଣାଣି ଶିବିର ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ଜନଶୁଣାଣିରେ ମୋଟ ୮୮ ଟି ରାଜସ୍ୱ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ମାପ ଚୁପ, ଦାଖଲ ଖାରଜ, ଜବର ଦଖଲ ଇତ୍ୟାଦି ମାମଲା ପଞ୍ଜିକୃତ ହୋଇଥିଲା। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading