ପଟ୍ଟାମୁଣ୍ଡାଇ ତା ୨୯/୪- କାଶ୍ମୀର ପହେଲଗାମ ଠାରେ ଆତଙ୍କବାଦୀ ହମଲାରେ ମୃତକ ପ୍ରତି ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ନିକଟରେ ପହଂଚି ଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁ ପ୍ରସାଦ ଜେନାଙ୍କ ନେତୃତ୍ୱରେ ରାଜ୍ୟ ଯୁବକଂଗ୍ରେସ ନେତା ଅଜୟ ପଣ୍ଡା,ପଟ୍ଟାମୁଣ୍ଡାଇ ନଗର ଛାତ୍ର କଂଗ୍ରେସ ସଭାପତି ଦିବେଶ ରାଜ, ଅମୂଲ୍ୟ ମଲିକ, ନବଜ୍ୟୋତି ବାରିକ ପ୍ରମୁଖ ବହୁ ଯୁବ ଛାତ୍ର କଂଗ୍ରେସ କର୍ମୀ ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଦ ଧ୍ଵନି ଦେଇ ମଶାଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.