ପଟ୍ଟାମୁଣ୍ଡାଇ ତା ୨୭/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମର ଆରାଧ୍ୟ ଦେବତା ଗୁପ୍ତେଶ୍ୱର ମହାଦେବ ପୀଠରେ ୧୪ତମ ଶୀତଳ ଷଷ୍ଠି ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩୦, ୩୧ ଓ ଜୁନ ୧ ପର୍ଯ୍ୟନ୍ତ ୩ ଦିନ ଧରି ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସବ “ଶୀତଳ ଷଷ୍ଠୀ” ଯାତ୍ରା ପାଳନ ହେବ । ଏହି ୩ ଦିନ ବିବିଧ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ରୀତିରେ ସମସ୍ତ ନୀତି କ୍ରାନ୍ତି ଓ ମହାର୍ଘ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏଥିରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ, ରାଣୀ ମୃଣାଳିନୀ ଦେବୀ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶୀତଳ ଷଷ୍ଠି କମିଟି ଆବାହକ ଭାସ୍କର ରାଉତରାୟ ସୂଚନା ଦେଇଛନ୍ତି ।
Discover more from Lokamata Odisha
Subscribe to get the latest posts sent to your email.