
ପଟ୍ଟାମୁଣ୍ଡାଇ ୧୪/୫ ଅଗ୍ନି ବିପନ୍ନ ପରିବାରକୁ ବିଜେପି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ ୧୧ ତାରିଖ ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧିନ ବେଲତଳ ଅଧିକାରୀ ସାହିର ରାଜକିଶୋର ଦାଶଙ୍କ କୋଠା ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ହୋଇଥଲା । ଏଥିରେ ତିନି ବଖରା କୋଠାଘର ସମେତ ତିନୋଟି ବାଇକ୍ ଓ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନି ବିପନ୍ନ ପରିବାରଙ୍କ ପାଖରେ ଗୁରୁବାର ପଟ୍ଟାମୁଣ୍ଡାଇ ନଗର ବିଜେପି ପକ୍ଷରୁ ପୂର୍ବତନ ନଗର ସଭାପତି ଉପେନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୂର୍ବତନ ନଗର ସଭାପତି ସୁଧାଂଶୁ ଶେଖର ଜେନା, ଶଶିକାନ୍ତ ସ୍ୱାଇଁ ବରିଷ୍ଠ ବିଜେପି ନେତା ରବୀନ୍ଦ୍ର ବିଶ୍ୱାଳ, ଯୁବନେତା ଚନ୍ଦନ ପାତ୍ର, ସମୀର ପାତ୍ର, ବିମଳ ରଞ୍ଜନ ତ୍ରିପାଠୀ, ଯୋଗେଶ ବେହେରା, ପରେଶ୍ୱର ପାତ୍ର ପ୍ରମୁଖ ବହୁ ନୂତନ ଓ ପୁରାତନ ବିଜେପି କାର୍ଯ୍ୟକର୍ତ୍ତା ଅଗ୍ନି ବିପନ୍ନ ପରିବାରକୁ ଭେଟି ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି।
