ଧର୍ମ ପରାୟଣ ସମାଜସେବୀ ସ୍ୱର୍ଗତ ନରହରି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

blank
କେନ୍ଦ୍ରାପଡା ୨୫ / ୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ ଆଦର୍ଶ ମଣିଷ ସ୍ୱର୍ଗତ ନରହରି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ କବି ଅମର ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଏବଂ “ସତୀର୍ଥ’ ର ମିଳିତ ଆନୁକୂଲ୍ୟରେ ପ୍ରାୟୋଜିତ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସଭାପତି ତଥା ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ ପରିଚାଳନା କରିଥିଲେ। ସଭାର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ଜେନାଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ବେଦପାଠ ଓ ଗୀତାପାଠ କରାଯାଇଥିଲା। ଇତ୍ୟବସରରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ କେନ୍ଦ୍ରାପଡ଼ର ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଶିକ୍ଷାବିତ୍ ତ୍ରିଲୋଚନ ଜେନା, ପ୍ରାଧ୍ୟାପକ ଡ ଗିରୀଶ କୁମାର ପାତ୍ର, ବରିଷ୍ଠ ସମାଜସେବୀ ଭାଗିରଥୀ ଜେନା, ବାସ୍ତବ କଥାର ସମ୍ପାଦକ ଶ୍ରୀମନ୍ତ ପଣ୍ଡା, ସୁରେନ୍ଦ୍ର କୁମାର ଶତପଥୀ ଆଦି ଶ୍ରଦ୍ଧା ନିବେଦନ ସହିତ ସ୍ୱର୍ଗତ ଆତ୍ମାଙ୍କ ଅମରତ୍ୱ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ବିଜୟ କୁମାର ସାମଲ, ଯୁବନେତା ରାଜେଶ ପଣ୍ଡା, ବିଜେପର ପୂର୍ବ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ବିଜେଡି ମଣ୍ଡଳ ସଭାପତି ଆଲୋକ କୁମାର ସାହୁ, ବିଜେପି ଯୁବ ନେତା ଅକ୍ଷୟ କୁମାର ତରାଇ, ମହାକବି ଶରତ ଚନ୍ଦ୍ର ପରିଡ଼ା, କବି ଅଶୋକ କୁମାର ସାହୁ, ସମାଜସେବୀ ସଞ୍ଜୟ ମିଟୁ ଜେନା, କୋରୋ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର, ପୂର୍ବ ପ୍ରଧାନ ଶିକ୍ଷକ ରତ୍ନାକର ବରାଳ, ଧ୍ରୁବ ଚରଣ ଦାସ, ନାଟ୍ୟକାର ରାଜୁ ସାମଲ, ବାବା ବୈଷ୍ଣବ ଚରଣ ବେହେରା , କବି ସୁଜିତ କୁମାର ପଣ୍ଡା, ପଣ୍ଡିତ ରମେଶ ଚନ୍ଦ୍ର ଦାଶ, ସମାଜସେବୀ ଜିତେନ୍ଦ୍ର କୁମାର ମହାନ୍ତି, କବି ବିଷ୍ଣୁପ୍ରିୟା ସାମଲ, ଶଙ୍କର୍ଷଣ ସାହୁ, ଭାଗବତ ଷଡ଼ଙ୍ଗୀ, ସମାଜସେବୀ ମହେଶ୍ୱର ନାୟକ, ବସନ୍ତ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଶିକ୍ଷାବିତ୍ ହିମାଂଶୁ ମୋହନ ସାମଲ, କାହ୍ନୁଚରଣ ସାମଲ ଓ ଯୁବନେତା ଶଶାଙ୍କ ଶେଖର ଓଝା ପ୍ରମୂଖ ଦିବଂଗତ ଜେନାଙ୍କ ଦୀର୍ଘ ନଅ ଦଶନ୍ଧିର ଆଦର୍ଶ ଜୀବନର ସାର୍ଥକତା ଉପରେ ଆଲୋକପାତ କରି ଶ୍ରଦ୍ଧା ନିବେଦନ କରିଥିଲେ। ସ୍ୱର୍ଗତ ଜେନା ଜଣେ ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ ତଥା ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। କୋରୋ ଗ୍ରାମ ପଞ୍ଚାୟତର ୱାର୍ଡ ସଦସ୍ୟ ଭାବେ ଦୀର୍ଘ ପଚିଶି ବର୍ଷ ଧରି ପ୍ରତିନିଧିତ୍ୱ କରିବା, କୋରୋ ସେବା ସମବାୟ ସମିତିର ଡାଇରେକ୍ଟର, ଚକବନ୍ଦୀ ବନ୍ଦୋବସ୍ତ କମିଟିର ସଭାପତି, ଗ୍ରାମ୍ୟ କମିଟିର ସଭାପତି ତଥା କୋରୋ ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରି ସେ ଅଞ୍ଚଳର ମୂରବୀ ପାଲଟି ଯାଇଥିଲେ ବୋଲି ବକ୍ତା ମାନେ କହିଥିଲେ। କୋରୋ ଗ୍ରାମର ପାବନକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର, କୋରୋ ସିଦ୍ଧମହାପୁରୁଷ ବିଶ୍ୱଶାନ୍ତି ମହାଯଜ୍ଞ, ବୁଢ଼ୀ ଜାଗୁଳାଇ ମନ୍ଦିର କମିଟି, ଶ୍ରୀ ରାମଚରିତ ମାନସ ପାରାୟଣ କମିଟି ଓ ମହାବୀରଙ୍କ ମନ୍ଦିର ପରି ଅନେକ ଧର୍ମାନୁଷ୍ଠାନରେ ତାଙ୍କର ସମ୍ପୃକ୍ତି ତାଙ୍କୁ ଅମର କରି ରଖିବ ବୋଲି ଶ୍ରଦ୍ଧାଳୁ ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ୟଙ୍ଗକବି ଅପର୍ତ୍ତି ଚରଣ ସେଠୀ, କବି ବୈଷ୍ଣବ ଚରଣ ବେହେରା, ଶଙ୍କର୍ଷଣ ସାହୁ, ମାଧବ ଚନ୍ଦ୍ର ମଲ୍ଲିକ, ଯୁବନେତା ରଞ୍ଜିତ ପ୍ରସାଦ ଜେନା, ପୂର୍ବତନ ସରପଞ୍ଚ ହରିପଦ ବେହେରା, ନାରାୟଣ ଚନ୍ଦ୍ର ପରିଡ଼ା, ନାରାୟଣ ଚନ୍ଦ୍ର ବଳ, ଅଦ୍ୱୈତ ଚନ୍ଦ୍ର ଜେନା, ଭାଗବତ ପ୍ରସାଦ ଜେନା, ବସନ୍ତ କୁମାର ଜେନା, ପତିତପାବନ ଜେନା, ପ୍ରଭାତ କୁମାର ରାୟ, ଭରତ ଚନ୍ଦ୍ର ଦାସ ଆଦି ସ୍ମୃତି ଚାରଣ କରିଥିବା ବେଳେ ରେସୋ, ରାଜନଗରର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଆକର୍ଷଣୀୟ ସଂକୀର୍ତ୍ତନ ପରିବେଷଣ କରିଥିଲେ । ସ୍ୱର୍ଗତ ଜେନାଙ୍କ ଜ୍ୟେଷ୍ଠ ପୁତ୍ର ଶରତଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟ ପୁତ୍ର ଆଶୁକବି ହେମନ୍ତ ଜେନା, ଶିକ୍ଷାବିତ ସ୍ମୃତି ରଞ୍ଜନ ଜେନା, ଦୀପ୍ତି ରଞ୍ଜନ ଜେନା, ସୀତାକାନ୍ତ ଜେନା, ସତ୍ୟବାନ ଜେନା, ମନୋରଞ୍ଜନ ଜେନା, ବିଶ୍ୱରଞ୍ଜନ ଜେନା ଓ ବିଶିଷ୍ଟ ସିନେତାରକା ପ୍ରକାଶ ରଞ୍ଜନ ଜେନା ଆଦି ଉତ୍ସବ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଅତିଥି ମାନଙ୍କୁ ଚାରା ବୃକ୍ଷ ଅର୍ପଣ କରିଥିଲେ ।

Next Post

କେନ୍ଦ୍ରାପଡାରେ ବିଭିନ୍ନ ସ୍ଥାନରେ ଶନୈଶ୍ଚର ଜଳାଭିଷେକ ଓ ମହାଯଜ୍ଞ ଅନୁଷ୍ଠିତ

Sun Apr 26 , 2026
କେନ୍ଦ୍ରାପଡ଼ା ୨୬ା୪: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading