ସ୍ୱଚ୍ଛ ପରିବେଶ ସେହି ଦେଶ ଓ ସହରର ଶୃଙ୍ଖଳିତ ଜନତାଙ୍କ ପରିଚୟ

 ପଟ୍ଟାମୁଣ୍ଡାଇରେ ଓଡ଼ିଆ ପକ୍ଷ ପାଳନ ଓ ସ୍ୱଛତା କାର୍ଯ୍ୟକ୍ରମ

 

blank
ପଟ୍ଟାମୁଣ୍ଡାଇ ୬/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ତରଫରୁ ସୋମବାର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ସ୍ୱଚ୍ଛତା ହିଁ ପରିଚୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ସଂଜୋଜନାରେ ଅନୁଷ୍ଠିତ ସ୍ୱଚ୍ଛତା ହିଁ ପରିଚୟ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟାର ଯୋଗ ମନ୍ଦିର ପରିସର ସଫେଇ କରିବା ସହିତ ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର ପରିବେଶ ସହ ସୁସ୍ଥ ସମାଜ ଗଠନ ପାଇଁ ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସ୍ୱଚ୍ଛ ପରିବେଶ ମନରେ ଏକ ସକରାତ୍ମକ ଭାବନା ଓ ବିଚାରଧାରା ସୃଷ୍ଟି କରିଥାଏ । ସ୍ୱଚ୍ଛ ପରିବେଶ ସେହି ଦେଶ ଓ ସହରର ଶୃଙ୍ଖଳିତ ଜନତାଙ୍କ ପରିଚୟ ଦେଇଥାଏ । ସବୁରି ଉପରେ ସ୍ୱଚ୍ଛ ପରିବେଶ ଦ୍ୱାରା ରୋଗ ଜୀବାଣୁଙ୍କ ବିନାଶ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଏକ ସୁସ୍ଥ ନିରାମୟ ଜୀବନ ଜୀଇଁ ପାରିଥାନ୍ତି ।ଏଣୁ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନ ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବର୍ଜନ କରିବା ଅତ୍ୟନ୍ତ ଜରୁରୀ। ଏହା ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ସହ ମାନବ ସ୍ୱାସ୍ଥ୍ୟ, ଜଳ ଓ ମୃର୍ତିକା ସୁରକ୍ଷା ପାଇଁ ପରିବେଶ ଅନୁକୂଳ ବୋଲି ମତ ପ୍ରକାଶ କରିଥିଲେ । କର୍ମକ୍ଷେତ୍ର, ଘର, ବସଷ୍ଟାଣ୍ଡ, ପାର୍କ ଇତ୍ୟାଦି ସମସ୍ତ ସ୍ଥାନରେ ସ୍ୱଚ୍ଛତାର ଉଚ୍ଚ ମାନକୁ ଗୁରୁତ୍ୱାରୋପ ଏବଂ ବଜାୟ ରଖିବା ପାଇଁ ଜିଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ତହସିଲଦାର ପଂଚାନନ ନାୟକ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବି ଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ସହ ନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ କାଉନସିଲର ବିଦ୍ୟାଧର ସେଠୀ, ବଣିକ ସଂଘ ଉପସଭାପତି ମୋହନ ଦାସ, ବଳଭଦ୍ର ପୁର ସରପଂଚ ପ୍ରିୟବ୍ରତ ଓଝା, ଦୋଷିଆ ପୂର୍ବତନ ସରପଂଚ ପ୍ରଭାତ ପ୍ରଧାନ, କାଉନସିଲର ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ ଗୋପୀବଲ୍ଲଭ ନାୟକ,ଯୁବନେତା ସଂଗ୍ରାମ ସ୍ୱାଇଁ, ରବୀନ୍ଦ୍ର ବିଶ୍ୱାଳ, ସମୀର ପାତ୍ର ପୌର ପରିଷଦ ପରିମଳ ନିରୀକ୍ଷକ ପ୍ରଫୁଲ୍ଲ ଦାଶଙ୍କ ସମେତ ସଫେଇ କର୍ମଚାରୀମାନେ ସାମିଲ ହୋଇ ଶ୍ରୀରାମ ମନ୍ଦିର ପରିସର ସଫେଇ କରିଥିଲେ । ସନ୍ଧ୍ୟାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜନସଚେତନତା ପାଇଁ ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା ।

Next Post

ବେଆଇନ ଗୋବରୀ ନଦୀ ଜବରଦଖଲ ଓ ନଦୀ କିସମ ପରିବର୍ତନକୁ ନେଇ ଜିଲାପାଳଙ୍କୁ ଦାବୀ

Mon Apr 6 , 2026
ପଟ୍ଟାମୁଣ୍ଡାଇ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କେନ୍ଦ୍ରାପଡ଼ା, ୬/୪ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିବା ବେଳେ ଶିବିରରେ ମୋଟ ୯୮ ଟି ଅଭିଯୋଗ ପଞ୍ଜିକୃତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading