କେନ୍ଦ୍ରାପଡାରେ ଶ୍ରମିକ ବିରୋଧୀ ଶ୍ରମକୋଡ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳନ

blank
କେନ୍ଦ୍ରାପଡ଼ା,୩ା୪:ଦେଶର ନୂଆ ଶ୍ରମ କୋଡ୍‌ର କାର୍ଯ୍ୟକାରିତାକୁ ଦୃଢ ପ୍ରତିବାଦ କରିଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ। ଏହି କଳା ଆଇନକୁ ବିରୋଧକରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରାଯାଇଛି। ଏହି ବିକ୍ଷୋଭରେ ଆଇ ଏନ ଟି ୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, କିଷାନ କଂଗ୍ରେସ ପ୍ରଭୃତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରମିକ ସଂଗଠନର ନେତାମାନେ ଶ୍ରମ କୋଡକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯଦି ସରକାର ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ସାରା ଦେଶରେ ବିକ୍ଷୋଭ ଓ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ। ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭରେ ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ମହେନ୍ଦ୍ର କୁମାର ପରିଡା, ବସନ୍ତ କୁମାର ସେଠୀ, ବାବାଜୀ ଧଳ, ଜଗତଜୀବନ ଦାଶ, ଡ. ଚୈତନ୍ୟ ଚରଣ ପରିଡା, ସଞ୍ଜୀବ ରାଉତ, ଏଲୀନା ସାମନ୍ତରାୟ, ଜୟଦେବ ପରିଡା, ମାଧବ ଦାସ, ବିନୟ କୁମାର ମଳିକ, ବିଧୁଭୂଷଣ ମହାପାତ୍ର, ରେଣୁବାଳା ପ୍ରଧାନ, ସ୍ନେହଲତା ଗାହାଣ, ସେକ ଅଜମତୁଲ୍ଲା, ଅକ୍ଷୟ ତରେଇ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅକ୍ଷୟ କୁମାର ନାୟକ, ପ୍ରଦିପ ଚନ୍ଦ୍ର ପରିଡା, ରଞ୍ଜନ ମଲ୍ଲ ପ୍ରମୁଖ ସାମିଲ ହୋଇଥିଲେ।

Next Post

ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ପତ୍ରକାର ସମ୍ମିଳନୀ

Sat Apr 4 , 2026
କେନ୍ଦ୍ରାପଡ଼ା,୩ା୪:କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ସ୍ୱଗଣନା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading