
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଚଂଳରେ ବିଷାକ୍ତ ନିଶାଦ୍ରବ୍ୟ ହିରୋଇନ୍ ଚାଳାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ ଗ୍ରାମର ବ୍ରାଉନ ସୁଗାର ସହ ଏକ ମାରୁତି ଡିଜେଆର କାର ଜବତ କରିଛି । ଏହି ଘଟଣାରେ ୨ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଗାଡିରୁ ଡେଇଁ ପଳାଇ ଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ହିରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷଟଙ୍କା ହେବ ବୋଲି ଅବକାରୀ ଏଏସଆଇ ସୁନିଲ ମିଶ୍ର କହିଛନ୍ତି । ସେ କହିଛନ୍ତି ବିଶେଷ ସୂତ୍ରରୁ ଜଣା ପଡିଥିଲା କି ଏକ ଡିଜେଆର କାର ଯୋଗେ ୩ ଜଣ ଯୁବକ ବାଲେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ନେଇ ପଟ୍ଟାମୁଣ୍ଡାଇ ଆସୁଛନ୍ତି । ଏଥିନେଇ ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜିଲା ମୋବାଇଲ ସ୍କ୍ୱାର୍ଡର ନେତୃତ୍ୱରେ ଏକ ଅବକାରି ବିଭାଗ ଟିମ ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ପୌରାଂଚଳ ବାଲିପଡା ଛକ ନିକଟରେ ପହଚିଂଥିଲୁ । ଏକ ଡିଜେଆର କାର ଯୋଗେ ୩ ଜଣ ଯୁବକ ଫେରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ ହେବାରୁ ଅଟକାଇଥିଲୁ । ତାଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିବା ସହ ଦୁଇ ଜଣ ଯୁବକ ପିଂଟୁ ମଲିକ ଓ ଚନ୍ଦ୍ର କାନ୍ତ ମଲିକକୁ ଗିରଫ କରି ଏକ କାର ଜବତ କରିଛୁ । ଉଭଯଙ୍କୁ କୋଟ ଚାଲାଣ କରାଯାଇଛି ।
