ଯୁଦ୍ଧ ପରିସ୍ଥିତିରେ ଉଚ୍ଚଶ୍ୱର ବାଜା, ବାଣ ଉପରେ କଟକଣା ଦାବୀ

blank
ପଟ୍ଟାମୁଣ୍ଡାଇ ୯/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେଶନ ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ୨୪୪ ଜିଲାରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଇଥିବା ବେଳେ ଓଡିଶାର ୧୨ ଜିଲା ମଧ୍ୟରୁ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରେ ମଧ୍ୟ ମକଡ୍ର୍ରିିଲ କରାଇଥିଲେ । ମାତ୍ର ସ୍ଥାନୀୟ ପ୍ରଶାସନ ଯୁଦ୍ଧ ପ୍ରସ୍ତୁତି ପାଇଁ କୌଶଳ ଶିଖାଇ କାମସାରି ଦେଇ ବସିପଡିଛନ୍ତି । ଦେଶରେ ଏଭଳି ସାଂପ୍ରତିକ ସ୍ଥିତିରେ ଚାରିଆଡେ ଉଚ୍ଚଶ୍ୱର ବାଜା, ବାଣ, ଡ୍ରୋନ ବ୍ୟାବହାର ହେଉଥିବାରୁ ଲୋକଙ୍କ ମନରେ ଡର ଉପୁଜିବା ସହିତ ଛନକା ପସୁଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚ୍ଚି ସୃଷ୍ଠି କରିଛି ।
ସାମାଜିକକର୍ମୀ ସତ୍ୟପ୍ରୀୟ ସାମାଲ, ଆଇନଜୀବୀ ସୌମ୍ୟ ଧଳ, ଭବାନୀ ପଣ୍ଡା, ବୁଦ୍ଧିଜିବୀ ପ୍ରେମାନନ୍ଦ ପାଣ୍ଡା, ପ୍ରଯୁଲ୍ଲ ଦାଶ, ପ୍ରବୀର ନାୟକ ପ୍ରମୁଖ କୁହନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତେଜନା ବୃଦ୍ଧି ପାଇବା ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାକିସ୍ତାନର ଡ୍ରୋନ ଓ ମିସାଇଲ ଆକ୍ରମଣର ବିଫଳ ପ୍ରୟାସ ପରେ ରାଜ୍ୟ ସରକାର ଏବଂ ପୋଲିସ ଉଚ୍ଚ ସତର୍କତା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ହେଲେ ପଟ୍ଟାମୁଣ୍ଡାଇର ଚାରିଆଡେ ଖୋଲା ମେଲାରେ ଚାଲିଛି । ଚାରିଆଡେ ଆତସବାଜି ଯାରିରହିଛି । ଯାତ୍ରା ଉଚ୍ଚଶ୍ୱର ପ୍ରଚାର ସାଇରନ ଲୋକଙ୍କ ମନରେ ଯିଦ୍ଧ ସଇରନ ଆଶଂଙ୍କା ଆଣୁଛି । ସେହିଭଳି ବରଯାତ୍ରୀ ମାନଙ୍କ ପକ୍ଷରୁ ଉଚ୍ଚଶବ୍ଦ ବାଣ ଉପରେ କଟକଣା କରାଯାଇନାହିଁ । ଉଚ୍ଚ ଶଦ୍ଧ ଜନିତ ବାଣ ଫୁଟିଲେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଛି । ଗତ କାଲି ପଟ୍ଟାମୁଣ୍ଡାଇରେ ସହରରେ ବରଯାତ୍ରା ବହାରି ଥିବା ବେଳେ ଜିଜେ ବାଜା ବାଣରେ ସହର ଦୁଲୁକୁଥିଲା ।ସେହିସମୟରେ ମଧ୍ୟ ଜାତୀୟ ଗଣମାଧ୍ୟମରେ ଖବରରୁ ପ୍ରକାଶପାଇଥିଲା ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ପାକିସ୍ତାନ ଟାର୍ଗେଟ କରିଥିଲା । ହେଲେ କେନ୍ଦ୍ରାପଡା ଏକ ସମ୍ବୋଦନଶୀଳ ଜାଗା ହୋଇଥିବା ବେଳେ ପ୍ରଶାସନ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଏବଂ ନାଗରିକମାନଙ୍କୁ ସମ୍ଭାବ୍ୟ ବିପଦ ପାଇଁ ପ୍ରସ୍ତୁତ ରଖି ଯାତ୍ରା ପ୍ରଚାର, ଉଚ୍ଚଶବ୍ଦ ବାଣ ଫୁଟାଇବା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ଲଗାଇବାକୁ ସାଧାରଣରେ ଦାବୀ ହୋଇଛିା


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେମ୍ ଓ ସମ୍ଫୋନି ପକ୍ଷରୁ ହାସ୍ୟ ସୃଜନ ଆସର

Fri May 9 , 2025
କେନ୍ଦ୍ରାପଡା ୯/୫- ସାମ୍ପ୍ରତିକ ସମୟରେ ବହୁଧା ଚାପଗ୍ରସ୍ତ ମଣିଷ ଖୁବ୍ କମ୍ ହସିବାର ଅବକାଶ ପାଇଥାଏ। ମୁଖ୍ୟସ୍ରୋତର ସାହିତ୍ୟ ଉତ୍ସବରେ ହାସ୍ୟ ବିଭଟିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। କର୍ମବ୍ୟସ୍ତ ମଣିଷ ପାଇଁ ହାସ୍ୟରସର ଆବଶ୍ୟକତା ସୂଚାଇବାକୁ ଯାଇ ପ୍ରତିଷ୍ଠିତ ସାରସ୍ୱତ, କଳା ଓ ସାଂସ୍କୃତିକ ଅନୁଷ୍ଠାନ କେମ୍ ଓ ସିମ୍ଫୋନି ପକ୍ଷରୁ ଏକ ଅଭିନବ ହାସ୍ୟ ସୃଜନ କାର୍ଯ୍ୟକ୍ରମ “ଚୁଟକୁଳିଆ ସଞ୍ଜ’ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବିତା, ଗଳ୍ପ, ସଙ୍ଗୀତ […]
blank

ଲୋକମତ

Discover more from

Subscribe now to keep reading and get access to the full archive.

Continue reading