
ପଟ୍ଟାମୁଣ୍ଡାଇ ତା ୧୨/୨-ସାରା ରାଜ୍ୟରେ ଶିକ୍ଷକମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତତ୍କାଳୀନ ମହାସଚିବ ସଚ୍ଚିଦାନନ୍ଦ ରାଉତ ଓ ସଭାପତି ଜଗନ୍ନାଥ ମହାନ୍ତିଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା । ୧୯୮୯ ମସିହାରେ ତତ୍କାଳୀନ ସରକାର ସଚ୍ଚିଦାନନ୍ଦ ରାଉତ ଓ ଜଗନ୍ନାଥ ମହାନ୍ତିଙ୍କ ନେତୃତ୍ୱ ରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷକଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ଦାବୀ ପ୍ରତି ସମର୍ଥନ କରି ସରକାରୀ କର୍ମଚାରୀ ଭାବେ ଘୋଷଣା କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପ୍ରାକ୍ତନ ମହାସଚିବ ସଚ୍ଚିଦାନନ୍ଦ ରାଉତ ଓ ସଭାପତି ଜଗନ୍ନାଥ ମହାନ୍ତିଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ଓ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଉପଦେଷ୍ଟା ଭ୍ରମରବର ରାଉତ, ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ସାହୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସିଂ, ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁ, ସାଧାରଣ ସମ୍ପାଦକ ବଳଭଦ୍ର ପ୍ରସାଦ ରାଉତ ଗଣତାନ୍ତ୍ରିକ ଶିକ୍ଷକ ସଂଗଠନ ସଭାପତି ବିଭୁତି ଭୂଷଣ ନାୟକ, ଶିକ୍ଷକ ନେତା ଉଦକର ସାମଲ, ପ୍ରମୋଦ ନାୟକ ଆରତ କୁମାର ନାୟକ, ପ୍ରଫୁଲ୍ଲ ଶତପଥୀ, କବି ଅଶୋକ ପରିଡା ବସନ୍ତ ପରିଡା,ମଞ୍ଜୁଳା ସାମଲ,ଦାମୋଦର ସ୍ୱାଇଁ,ପତିତପାବନ ପରିଡା, ଗୌତମ ମାହାଳି, ସଞ୍ଜୟ ଜେନା, ବାବାଜୀ ରାଉତ, ପ୍ରଫୁଲ୍ଲ ପୃଷ୍ଟି, ରଞ୍ଜନ କୁମାର ନନ୍ଦୀ ପ୍ରମୁଖ ଭାଷଣ ଦେଇ ଦିବଂଗତ ସଚ୍ଚି ଦାନନ୍ଦ ରାଉତ ଓ ଜଗନ୍ନାଥ ମହାନ୍ତି ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
