
ପଟ୍ଟାମୁଣ୍ଡାଇ ୨୯/୧୧ – ସ୍ୱଛ ସର୍ବେକ୍ଷଣକୁ ନେଇ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସହରକୁ ସରସ ସୁନ୍ଦର କରିବା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପୌରପରିଷଦ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରିରହିଛି । ସାଧାରଣ ଜନତା ଓ ସହରବାସୀଙ୍କ ସହଯୋଗ ପାଇଁ ଆହ୍ୱାନ କରି ବାର୍ତା ପ୍ରେରଣ କରାଯାଉଛି । ସହରକୁ ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ କରିବା ନିମନ୍ତେ ଶନିବାର ସ୍ୱଛ ସହର ଯୋଡି ମେଂଟରସିଟ୍ ସହେଯାଗୀ ଭାବେ ବିଏମସିର ସହକାରୀ ଆୟୁକ୍ତ ଦେବାଶିଷ ବେହେରାଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ପଟ୍ଟାମୁଣ୍ଡାଇ ପୌରପରିଷଦରେ ପହଁଚି ଏକ ବୈଠକରେ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରାପରିଷଦର ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି ଓ ଅଫିସ୍ କର୍ମଚାରୀଙ୍କ ସହ ଆଲୋଚନା କରି ସ୍ୱଚ୍ଛତା ବଜାୟ ରଖିବା ସହ ଏହାକୁ ଏକ ସବୁଜ ସୁନ୍ଦର ଓ ସୁସ୍ଥ ସହର ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପ ନେଇଥିଲେ।

ପଟ୍ଟାମୁଣ୍ଡାଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ହେମନ୍ତ ସାହୁ , ଭୁବନେଶ୍ୱର ନଗର ନିଗମ ସହକାରୀ ଆୟୁକ୍ତ ଦେବାଶିଷ ବେହେରା, ପରିମଳ ବିଶେଷଜ୍ଞ ରବିରାଜ ପ୍ରଧାନ, ପିୟୁଷ ଖଟେଇ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ । ପଟ୍ଟାମୁଣ୍ଡାଇ ପୌରାଂଚଳକୁ କିଭଳି ସର୍ବେକ୍ଷଣରେ ଅଂଶଗ୍ରହଣ କରିବେ ସେଥିଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ସେଥିନେଇ ଆଲୋଚନା ହେଇଛି। ପ୍ରଚାରପତ୍ର, ମାଇକ ପ୍ରଚାର, କାନ୍ଥରେ ଚିତ୍ର, ରାଲି, ପ୍ରତିଯୋଗିତା, ଷ୍ଟ୍ରିଟ ପ୍ଲେ, ହୋର୍ଡିଂ ମାଧ୍ୟମରେ ସଚେତନ କରାଯିବା ସହିତ ଏସ୍ଏଚ୍ଜି ସଦସ୍ୟାଙ୍କୁ ସ୍ୱଚ୍ଛସାଥୀ ଭାବେ ମୁତୟନ କରାଯାଉ। ଏମାନେ ପ୍ରତିଘରକୁ ଯାଇ ଲୋକଙ୍କୁ ସଚେତନ କରିବେ। ଏଭଳି କାର୍ଯ୍ୟକ୍ରମ କେବଳ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ନୁହେଁ, ବରଂ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ ଦିଗରେ ବେଶ୍ ସହାୟକ ହେବ ବୋଲି ଆଲୋଚନା ମାଧ୍ୟମରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି କର୍ଯ୍ୟକ୍ରମରେ ସ୍ୱଚ୍ଛତା ନିରୀକ୍ଷକ ପ୍ରଭଜଂନ ସ୍ୱାଇଁ, ପୌରଯନ୍ତ୍ରୀ ଶୁଶିଳ ବେହେରା, ସ୍ୱଛପରିମଳ ବିଭାଗୀୟ ଇନଚାର୍ଯ ପ୍ରଫୁଲ ଦାଶଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ । ଅପରାହ୍ନରେ ବିଏମସିରୁ ଆସିଥିବା ପ୍ରତିନିଧୂ ମଣ୍ଡଳୀ ପଟ୍ଟାମୁଣ୍ଡାଇର ସମସ୍ତ ୱାର୍ଡମାନ ପରିଦର୍ଶନ କରିବା ସହ ଜନସାଧାରଣଙ୍କୁ ପୌରାଂଚଳ ତରଫରୁ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧା ବିଷୟ ପଚାରି ବୁଝିଥିଲେ । ପରେ ସ୍ୱଚ୍ଛତା କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଭେଟି ସହରକୁ ତଥା ପୌରାଂଚଳ କୁ ଅଳିଆଗଦା ବିହୀନ କରି ରଖିବା, ଥରେ ବ୍ୟବହାର ପ୍ଲାଷ୍ଟିକର ବର୍ଜନ ତଥା ବର୍ଜ୍ୟବସ୍ତୁ ସୁପରିଚାଳନା ଆଦି ବିଷୟ ବସ୍ତୁକୁ ନେଇ ଆଲୋଚନା କରି ସଂନ୍ଧ୍ୟାରେ ଭୂବନେଶ୍ୱର ଫେରିଯାଇଥିଲା।
