ଭୁବନେଶ୍ୱର ଅଞ୍ଚଳରୁ ଜଣେ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ପୋଲିସ

blank
ଭୁବନେଶ୍ୱର ୧୦/୪ -ଭୁବନେଶ୍ୱର ରାଜଧାନୀର କ୍ୟାପିଟାଲ ଥାନା ଅଞ୍ଚଳରୁ ଜଣେ ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ତାର ନାମ ଶେଖ ଇମ୍ରାନ୍ ବୋଲି ଜଣାଯାଇଛି। ଗିରଫକରାଯିବା ପରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଦିଲ୍ଲୀ ପୋଲିସକୁ ଏକ ସଫଳତା ମିଳିଛି ବୋଲି ଆଲୋଚନା ହେଉଛି । ଏହି ଘଟଣା ପରେ କମିସନରେଟ୍ ପୋଲିସ ଅଧିକ ସତର୍କ ହୋଇଛି । ଏହି ଯୁବକ ଜଣଙ୍କ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଏହା ବାବଦରେ ଇମ୍ରାନ୍ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏପରିକି ତାର କେତେକ ଆତଙ୍କୀ ସଙ୍ଗଠନ ସହ ସଂପର୍କ ଥିବା କୁହାଯାଉଛି। ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ତାହାର ଦିଲ୍ଲୀ ପୋଲିସ ଖୋଳତାଡ଼ କରିବ।
ସୂଚନାଥାଉକି, ଦିଲ୍ଲୀରେ କିଛି ଯୁବକ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ସନ୍ଦିଗ୍ଧ ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ଇମ୍ରାନ ଦେଶ ବିରୋଧରେ ରୀତିମତ ଷଡ଼ଯନ୍ତ୍ର ରଚୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଖାଲି ଯେ, ଇମ୍ରାନ କି ତାଙ୍କ ସହ ଆଉ କାହାର ଲିଙ୍କ୍ ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି।

Next Post

୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ନିମ୍ନମାନର ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ରାଜପଥ କତ୍ତୃପକ୍ଷ

Sat Apr 11 , 2026
କେନ୍ଦ୍ରାପଡ଼ା,୧୧ା୪:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କୁ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading