ପଟ୍ଟାମୁଣ୍ଡାଇ ତା ୨୨/୩- ଓଡିଶାର ବିଶିଷ୍ଟ ସମାଜସେବିକା, ମୟୀୟସୀ ମହିଳା ଦିବଙ୍ଗତା ଡା ସୁଚାରୁହାସିନୀ ପାତ୍ରଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜେବି କଲେଜ ପ୍ରଫେସର ନିତ୍ୟାନନ୍ଦ ସାହୁ, ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଅଲେଖ ଜେନା, ଅଂଶୁମାନ ମହାନ୍ତି, ରାଧାକାନ୍ତ ସେଠୀ, ବରିଷ୍ଠ ନେତା ଡା ବାସୁଦେବ ପାତ୍ର,ବିଜେପି ନେତା ଲଳିତ ବେହେରା,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ,ରାଜ୍ୟ ବିଜେପି ଯୁବମୋର୍ଚା ପ୍ରାକ୍ତନ ଉପସଭାପତି ରଶ୍ମି ରଞ୍ଜନ ପ୍ରଧାନ,ପ୍ରାକ୍ତନ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ,ରିଜର୍ଭ ବ୍ୟାଙ୍କ ପରିଚାଳକ ଶାରଦା ପ୍ରସାଦ ମହାନ୍ତି, ଇଂ ଅବିନାଶ ରାଉଳ,ସଂଗୀତ ନିର୍ଦେଶକ ଶରତ ନାୟକ,ଚିତ୍ରକର ରମେଶ ଦେ,ଗାଳ୍ପିକ ପ୍ରଦୀପ ନାୟକ,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ,ଅଧ୍ୟାପିକା ଭଗବତୀ ରାଉତ , ଅଭିଳାଷ ରାଉଳ ସମାଜସେବୀ ପ୍ରମୋଦ ସାହୁ, ବିମଳା ପାତ୍ର, ଶିକ୍ଷକ ନେତା ରବୀନ୍ଦ୍ର ରାଉଳ, ସଞ୍ଜୟ ବର୍ମା ପ୍ରମୁଖ ଭାଷଣ ଦେଇ ଦିବଙ୍ଗତା ସମାଜସେବିକା ମୟୀୟସୀ ଡା ସୁଚାରୁହାସିନୀ ପାତ୍ରଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳର ବିକାଶ ପାଇଁ ଜୀବନ ବ୍ୟାପି ସଂଗ୍ରାମ, ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ସ୍ନେହଶୀଳା ମହିଳା ଭାବେ ସବୁବର୍ଗର ଲୋକମାନଙ୍କ ପ୍ରିୟପାତ୍ର ଥିଲେ ପ୍ରକାଶ କରିବା ସହିତ ସମାଜବାଦୀ ଚିନ୍ତାଧାରା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ କ୍ଷମତା ରାଜନୀତିରୁ ଉର୍ଦ୍ଧରେ ରହି କରିଥିବା ଜନସେବା ପାଇଁ ଚୀରକାଳ ଅବିସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରି ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଡା ଗୌତମ ପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ତନୁଜା ମହାନ୍ତି, ଗୌରବ ପାତ୍ର, ମିନାକ୍ଷୀ ମହାନ୍ତି,ସିଦ୍ଧାନ୍ତ ପାତ୍ର, ଲାବନ୍ୟା ପାତ୍ର, ପ୍ରମୁଖ ପରିଚାଳନା କରିଥିଲେ ।
Discover more from
Subscribe to get the latest posts sent to your email.