କେନ୍ଦ୍ରାପଡା ୨୩/୪: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଜମ୍ମୁ କାଶ୍ମୀର ପେହେଲଗାମ୍ ଠାରେ ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିବା ପର୍ଯ୍ୟଟକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗୋପ ରାମ ମନ୍ଦିରରେରେ ପ୍ରଥମେ ମୃତକଙ୍କ ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମୁହ ଦୀପଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏକ ମହମବତୀ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ । ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ମହାରଣା, ଅଞ୍ଜନ କୁମାର ଶତପଥୀ, ପଙ୍କଜ ସିହ୍ନା, ବିରେନ୍ଦ୍ର ଦାସ, ସୁଶାନ୍ତ ନାୟକ, ଜ୍ୟୋତି ରଞ୍ଜନ ନାୟକ, କ୍ଷିତିଶ ରୋଶନ ସିଂ, ନରହରି ଲେଙ୍କା, ଜ୍ଞାନ ରଞ୍ଜନ ଦାସ, ରୀନାରାଣୀ ଦାସ, ବିଦୁଲତା ପତି, ପ୍ରଭାତ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Discover more from Lokamata Odisha
Subscribe to get the latest posts sent to your email.