ପେଟ୍ରୋଲ ଓ ଡିଜେଲ ମୂଲ୍ୟବୃଦ୍ଧି ପ୍ରତିବାଦ କେନ୍ଦ୍ରାପଡା ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ

blank
କେନ୍ଦ୍ରାପଡ଼ା,୨୫ା୫:ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରାପଡା ଯୁବ ଛାତ୍ର ବିଜେଡି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛିା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଶହ ଶହ ଯୁବ ଓ ଛାତ୍ର ବିଜେଡି କର୍ମୀମାନେ କେନ୍ଦ୍ରାପଡା ସହରର ତିନିମୁହାଣୀ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ବିଜେପି ଅପାରଗ ଡବଲ ଇଞ୍ଜିନ୍ ସରକାର ସମୟରେ ଏଭଳି ପରିସ୍ଥିତି ଉପୁଜିଛି ଯେ ସାଧାରଣ ଲୋକଟିର ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଛି । ପଡୋଶୀ ରାଜ୍ୟ ଗୁଡିକର ନିର୍ବାଚନ ଶେଷ ହେବା ପରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ଜନତାଙ୍କ ଉପରେ ବେଡି ଉପରେ କୋରଡା ସଦୃଶ ହୋଇଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଲୋକଙ୍କ ରୋଜଗାର କମୁଥିବା ବେଳେ ତୈଳ ମୂଲ୍ୟ ବୃଦ୍ଧି ଲୋକଙ୍କ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗିଦେଇଛି । ଯୁଦ୍ଧ ଆଳରେ ଏହି ମୂଲ୍ୟବୃଦ୍ଧି ସରକାରଙ୍କ ଅପରଗତାକୁ ପଦାରେ ପକାଇ ଦେଇଛି । ଋଷିଆ କମ୍ ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଚାହୁଁଥିଲେ ମଧ୍ୟ ଅଯୋଗ୍ୟ ସରକାର ଆମେରିକାର ହ୍ୱାଇଟ୍ ହାଉସ୍ ଠାରୁ କେଉଁ ଡରରେ ଅନୁମତିକୁ ଅପେକ୍ଷା କରିଛି ବୋଲି ଯୁବ ଛାତ୍ର ବିଜେଡି ନେତା ମାନେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ଓ ବାଙ୍ଗଲାଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମ ଥିବା ବେଳେ ଦେଶରେ ବିଜେପି ସରକାର ମନଇଚ୍ଛା ମୂଲ୍ୟବୃଦ୍ଧି କରି ତୈଳ କମ୍ପାନୀକୁ ଲାଭବାନ କରାଉଛି । ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ୯୬ଟଙ୍କାରେ ପହଁଞ୍ଚିଲାଣି । ଆଗକୁ ପରିସ୍ଥିିତି ଭୟଙ୍କର ହେବ ବୋଲି ଯୁବ ବିଜେଡି ସଭାପତି ଶ୍ରୀ ଦାସ କହିବା ସହ ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ଦରବୃଦ୍ଧିକୁ ପ୍ରତ୍ୟାହାର କରାନଗଲେ ଯୁବ ଓ ଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ମହିଳା ଉପସଭାପତି ରୋସ୍ନା ସାହୁ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ରାଜ୍ୟ ବିଜେଡି ସଂପାଦକ କାଳୀ ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସଂପାଦକ ଲୋହିତ ମହାନ୍ତି, ପୁଷ୍ପାଞ୍ଜଳୀ ବେହେରା, ଉମେଶ ନାୟକ, ପ୍ରଭାଶିଷ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରଞ୍ଜନ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସଂଗମ କେଶରୀ ସାମଲ,ଯୁବ ନେତା ସାହେବ ସାହିଲ ରାଉତ, ବଟକୃଷ୍ଣ ସେଠୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଲେଲିନ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ସାମଲ, ମନୋଜ ବେହେରା, ରାଜେଶ ବେହେରା, ଆକାଶ ବେହେରା, ରାଜ୍ୟ ଯୁବ ଜନତା ସାଧାରଣ ସମ୍ପାଦକ କମଳ ପ୍ରସାଦ ହରିଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ।

Next Post

୨୮ତାରିଖ ପାଇଁ ସରକାରୀ ଛୁଟି

Mon May 25 , 2026
ଭୁବନେଶ୍ୱର ୨୫/୫- ଚଳିତ ବର୍ଷ ଇଦ.ଉଲ.ଜୁହା ଛୁଟି ଆସନ୍ତା ୨୭ତାରିଖ ରେ ନୁହେଁ, ୨୮ତାରିଖ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ,୨୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ। ପୂର୍ବରୁ ସରକାରୀ ଛୁଟି ଲିଷ୍ଟ୍‌ରେ ୨୭ ତାରିଖରେ ଇଦ ଉଲ ଜୁହା ଉପଲକ୍ଷେ ସରକାରୀ ଛୁଟି ରହିଥିଲା।
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading