ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡା,୨୯ା୩ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଡକ୍ଟର ସଞ୍ଜୀବ କୁମାର ମହାନ୍ତିଙ୍କୁ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଲେଜର ଉଭୟ ଏନସିସି ବାଳକ ଓ ବାଳିକା, କ୍ୟାପଟେନ ସୀମା ମହାନ୍ତି, ସିଟିଓ ସତ୍ୟରଞ୍ଜନ ମିଶ୍ର, ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଅନୁପ କୁମାର ରାଉତ, ମିତ୍ରଭାନୁ ସାହୁ, ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଡ. ମହାନ୍ତିଙ୍କୁ ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ଏହାର ସମାଧାନ ନିମନ୍ତେ ନିବେଦନ କରାଯାଇଥିଲା। ଏଥିସହିତ ବିଭିନ୍ନ ଗଠନମୂଳକ କାର୍ଯ୍ୟ ଉପରେ ଆସୋସିଏସନର ସଦସ୍ୟମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ସ୍ନାନ , ବିରୂପା ନଦୀରେ ବୁଡ଼ ପକାଇଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ

Sat Mar 29 , 2025
କେନ୍ଦ୍ରାପଡ଼ା,୨୯ା୩: ବାରୁଣୀ ତିଥିରେ ବୁଡ ପକାଇଲେ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ପ୍ରତ୍ୟେକ ଓଡିଆଙ୍କ ବିଶ୍ୱାସ ରହିଛି। ଅପେକ୍ଷା ଥାଏ ଏହି ତିଥିକୁ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି। ବିରୂପା, କେଲୁଅ, ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳରେ ବୁଧବାର ରାତି ୪ଟାରୁ ଅନୁଷ୍ଠିତ ହୋଇଥିଲା ବାରୁଣୀ ସ୍ନାନ। ଏଥିପାଇଁ ଜିଲ୍ଲା ସମେତ ବାହାର ଜିଲ୍ଲାର ଶ୍ରଦ୍ଧାଳୁମାନେ ଇନ୍ଦୁପୁର ଘାଟରେ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading