ବିଧାନସଭା ସମ୍ମୁଖ ପାଲଟିଲା ରଣକ୍ଷେତ୍ର , ଆନ୍ଦୋଳନକୁ ଓହ୍ଲାଇଲେ ବିଜେଡି-କଂଗ୍ରେସ

blank
ଭୁବନେଶ୍ୱର 26/3-ବୁଧବାର ବିଧାନସଭାରେ ଏକ ବଡ଼ଧରଣର ପ୍ରତିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବିଜେଡି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ବିଧାନସଭା ବାହାରେ ପୋଲିସ-ବିଜେଡି ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ନ୍ୟାୟ ମାଗୁଥିବା ବେଳେ ସରକାର କିନ୍ତୁ ସେମାନଙ୍କର ଦାବି ଶୁଣିବାକୁ ନାରାଜ। ଜାତିଭିତ୍ତିକ ଜନଗଣନା ଦାବିରେ ବିଜେଡି ଗର୍ଜନ କରିଥିଲା । ବିଧାନସଭାରେ ଯେଉଁଭଳି ଭାବେ ଗଣତନ୍ତ୍ରକୁ ହତ୍ୟା କରାଗଲା ତାହା ଓଡ଼ିଶା ରାଜନୀତିର ୭୦ ବର୍ଷର ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ବିଜେଡି କହିଥିଲା । ଭାଜପା ସରକାର ଆସିବା ପରେ ମନଇଛା, ଏକତରଫା ଭାବେ ଶାସନ କରୁଛି ବୋଲି ବିଜେଡି ଅଭିଯୋଗ କରିଥିଲା । ପୋଲିସ ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କୁ ଅଟକାଇଥିବା ବେଳେ ଅନ୍ୟପଟେ ବିଜେଡି ବିଧାୟକଙ୍କୁ ମଧ୍ୟ ଅଟକାଇଥିଲା । ବିଜେଡି ଓ କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣା ଦେଇଥିବା କଂଗ୍ରେସ ବିଧାୟକମାନେ ବିଧାନସଭା ଅଭିମୂଖେ ଯାତ୍ରା କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ଛାତ୍ର ଓ ମହିଳା କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । କଂଗ୍ରେସ ବିଧାୟକମାନେ ଗେଟ ଭାଙ୍ଗି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଲୋକଙ୍କ ସ୍ୱାର୍ଥ ପାଇଁ ଏହି ଆନ୍ଦେଳନ ଜୋରଦାର ହେବ ବୋଲି କଂଗ୍ରେସ କହିଥିଲା । ଏ ସରକାରରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ବିନା ବିରୋଧୀରେ ଗୃହକାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ଜନସାଧାରଣ ବିଜେପିକୁ ଜବାବ ଦେବେ ବୋଲି କଂଗ୍ରେସ କହିଥିଲା ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପୂର୍ବତନ ସରପଞ୍ଚ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ସ୍ମୃତିସଭା

Thu Mar 27 , 2025
କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତା ଜ୍ୟୋସ୍ନାମୟୀ ପଣ୍ଡାଙ୍କ ଦ୍ୱାଦଶାହରେ ସ୍ଥାନୀୟ ଇଶାଣେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କଂସାର ସରପଞ୍ଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ କହିଲେ ସ୍ୱର୍ଗତା ପଣ୍ଡା କଂସାର ପଞ୍ଚାୟତର ସରପଞ୍ଚ ଥିବା […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading