ଉପକୂଳରେ ଭୟ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍‌

blank
କେନ୍ଦ୍ରାପଡା ୧୦/୫- ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦) ସମୁଦ୍ରରେ ଜାଲ ବସାଇ ମାଛ ଧରିବା ବେଳେ ହଠାତ ଏକ ଅଜଣା ଡ୍ରୋନ୍ ପଡ଼ିଥିଲା। ଏ ନେଇ ଶ୍ରୀମନ୍ତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ତନ୍ତିଆପାଳ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଏହି ଡ୍ରୋନ୍‌କୁ ଜବତ କରିଛି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ କୌଣସି ଭୟ ନ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି। ଅପରପକ୍ଷରେ କେନ୍ଦ୍ରାପଡା ଜିଲାର ଉତ୍ତରରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ରହିଛି। ସେହିପରି ଦକ୍ଷିଣରେ ପାରାଦୀପ ବୃହତ ବନ୍ଦର ଓ ବୃହତ ଶିଳ୍ପାଞ୍ଚଳ ରହିଛି। ସେଥିପାଇଁ ସ୍ଥାନୀୟ ଲୋକ ଆଶା ଓ ଆଶଙ୍କାରେ ରହିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ କିଶୋର ତରାଇଙ୍କୁ ପଚାରିବାରେ ଏକ ତାଲିମ ପାଇଁ ଭୁବନେଶ୍ୱରରେ ଅଛନ୍ତି। ଖବର ମିଳିଛି ବୋଲି ସେ କହିଛନ୍ତି।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ! ଟ୍ରମ୍ପଙ୍କ ବଡ଼ ଘୋଷଣା

Sat May 10 , 2025
ନୂଆଦିଲ୍ଲୀ ୧୦/୫- ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading