ପଟ୍ଟାମୁଣ୍ଡାଇ ୬/୧୨ -ପଟ୍ଟାମୁଣ୍ଡାଇ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭି ଆର ଆମ୍ବେଦକରଙ୍କ ୭୦ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଅଶୋକ ରାଉତ, ଆଦର୍ଶ ଥାନା ଅଧିକାରୀଣୀ ବନ୍ଦନା ପାତ୍ର ସଂଖ୍ୟାଲଘୁ ସେଲରୁ ରିଜଓାନ ବେଗମ […]
ODISHA
କେନ୍ଦ୍ରାପଡା,୬ା୧୨: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନଭେନସନ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ କନଭେନସନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ବିଭିନ୍ନ ସମସ୍ୟା ଉପରେ ଆଲୋଚନା […]
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବିଗତ ୮ବର୍ଷ ଧରି ବିଶ୍ୱଶାନ୍ତି ପାଇଁ ପ୍ରତ୍ୟେକ ବର୍ଷ ଜାନୁଆରୀମାସ ପହିଲା ଦିନ ସମୂହ ପ୍ରାର୍ଥନାର ଆୟୋଜନ କରିଆସୁଛନ୍ତି। ସମଗ୍ର ବିଶ୍ୱରେ ଆଶାନ୍ତି ବ୍ୟାପୁଥିବାରୁ ଧର୍ମ,ମତ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଭିତରେ ସୈାହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଓ ବାତାବରଣ ସୃଷ୍ଟି କରିବା ଉଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟରେ ସମସ୍ତେ ଘଣ୍ଟାଟିଏ ପାଇଁ ନିଜ ନିଜର […]
କେନ୍ଦ୍ରାପଡ଼ା, ୬ା୧୨: ଜିଲ୍ଲା ପୋଲିସ ମୂଖ୍ୟାଳୟ ରିଜର୍ଭ ପୋଲିସ ପଡିଆରେ ଶନିବାର ୬୩ତମ ରାଜ୍ୟ ଗ୍ୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡର ନେତୃତ୍ୱ ନେଇଥିଲେ ଗୃହରକ୍ଷୀ ବନବିହାରୀ ନାୟକ । ପ୍ରଥମେ ୧୯୪୨ ମସିହାରେ ବମ୍ବେ ଠାରେ ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ […]
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ଶନିବାର ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନଶୁଣାଣି,ସରକାରୀ ଜମି ସୁରକ୍ଷା, ଅଙ୍ଗନୱାଡି ଏବଂ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରିବା, ବାତ୍ୟା ଆଶ୍ରୟ ସ୍ଥଳ ମରାମତି, ଭାଗବତ ଟୁଙ୍ଗି, ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଜମି ଚିହ୍ନଟ, ଶ୍ରମିକ ପଞ୍ଜିକରଣ, ଶୀତଳ ଭଣ୍ଡାର, ପ୍ୟାକ୍ସରେ ମଣ୍ଡୀ ପାଇଁ ଜମି ଏବଂ ବିଭାଗ ବିଭାଗ ମଧ୍ୟରେ […]
କେନ୍ଦ୍ରାପଡ଼ା,୬ା୧୨:ପିଏମଶ୍ରୀ କୋରୋ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ବ୍ୟାଗଲେସ୍ ଡେ ପାଳନ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଇ ଦିବସରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲର ପ୍ରଧାନଶିକ୍ଷକ ମଦନମୋହନ କର, ମୁଖ୍ୟବକ୍ତା କବି ଅମର ପ୍ରସାଦ ରାଉତ,ସମ୍ମାନିତ ଅତିଥି ଭାବରେ ଯୁବ ସାମ୍ବାଦିକ ମଳୟ ରଞ୍ଜନ ସାହୁ, କୋରୋ ରାଜସ୍ୱ ନିରୀକ୍ଷକ ରୁଚିକା ମହାନ୍ତି, ଶିକ୍ଷାବିତ ହରିହର ସିଂହ, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷା […]
କେନ୍ଦ୍ରାପଡ଼ା,୫ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପ୍ରାୟୋଜିତରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆୟୋଜିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଜିଲ୍ଲା ସଂସ୍କୃତି […]
କେନ୍ଦ୍ରାପଡ଼ା,୫ା୧୨:ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ […]
କେନ୍ଦ୍ରାପଡ଼ା,୫ା୧୨:ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ପୌରାହିତରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ୨୦୧୩ ଆଧାରରେ ରେସନ କାର୍ଡ ବଣ୍ଟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ […]
ପଟ୍ଟାମୁଣ୍ଡାଇ ୫/୧୨ – ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ କବି ତଥା ପରିବେଶବିତ୍ ଡାଃ ମନୋରଞ୍ଜନ ଦାଶଙ୍କ ଏକାଦଶତମ କବିତା ସଂକଳନ “ବିଶ୍ୱର ଅସ୍ମିତା କାଳିଆ ଠାକୁର” ଉନ୍ମୋଚିତ ହୋଇଯାଇଛି। ଉକ୍ତ ଉନ୍ମୋଚନ ଉତ୍ସବରେ ପ୍ରାବନ୍ଧିକ ତଥା କଥାକାର ଅଧ୍ୟାପକ ଡ଼ଃ ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାବର ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଆମର ସ୍ୱାଭିମାନ ଆମର ଅସ୍ମିତା। ସର୍ବଧର୍ମର ସମନ୍ୱୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର […]

