ପଟ୍ଟାମୁଣ୍ଡାଇ ପୌରାଂଚଳରେ ପ୍ରଭାବଶାଳୀଙ୍କ କବଜାରେ ସରକାରୀ ଜାଗା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ଅଧିକାରୀ ପଟ୍ଟାମୁଣ୍ଡାଇ ୧୧/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁ ମୂଲ୍ୟବାନ ସରକାରୀ ଜମି ପ୍ରଭାବଶାଳୀଙ୍କ କବଜାରେ ରହିଛି। ସରକାରଙ୍କ ବାରମ୍ବାର ତାଗିତ ସ୍ୱତେ ମଧ୍ୟ ଏମାନେ ସରକାରୀଜମିକୁ ବର୍ଷ ବର୍ଷ ଧରି ନିଜ ଆୟତରେ ରଖି ଘରବାରି କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି। ମାତ୍ର ତହସିଲ ନିକଟରେ ସରକାରୀ ଜମିର ପ୍ରମାଣ […]

ତାଲୁକ ଆଇନ ସେବା ସମିତି ପକ୍ଷରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପଟ୍ଟାମୁଣ୍ଡାଇ ୧୨/୧୨ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଶୁକ୍ରବାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିଶରରେ ପାଳିତ ହୋଇଯାଇଛି । ଉପଖଣ୍ଡ ଡାକ୍ତରଖାନାର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ ନିରାକାର ପରିଡାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ଅତିଥିଭାବେ ଅତିରିକ୍ତ ଜିଲା ଦୌରାଜଜ୍ ବିଚାରପତି ବିଦ୍ୟାଧର ପୃଷ୍ଟି,ବିଚାରପତି ବିଦ୍ୟୁତଲତା ପ୍ରଧାନ […]

ପଟ୍ଟାମୁଣ୍ଡାଇ କଲେଜରେ ଅନ୍ତର୍ଜାତୀୟ  ପ୍ରାଣୀ ଅଧିକାର ଦିବସ ପଟ୍ଟାମୁଣ୍ଡାଇ ତା ୧୧/୧୨-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରାଣୀ ବିଜ୍ଞାନ ପ୍ରକୋଷ୍ଠରେ ଆନ୍ତର୍ଯ୍ୟାତୀୟ ପ୍ରାଣୀ ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ପ୍ରାଣୀଙ୍କ ପ୍ରତି ଦୟ ସୁରକ୍ଷା ଓ ଦାୟିତ୍ୱ ଶୀର୍ଷକ ଆଲୋଚନାଚକ୍ରରେ କହିଥିଲେ ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା […]

କେନ୍ଦ୍ରାପଡ଼ା,୧୧ା୧୨:କେନ୍ଦ୍ରାପଡାର ଝିଅ ରିଷିକା ମହାନ୍ତି ଏମଡିଏସ ପରୀକ୍ଷାରେ ଶତକଡା ୬୦.୩୩ ପ୍ରତିଶତ ମାର୍କ ରଖି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି। ଧିଷକା ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଗ୍ରାମର ତଥା ପଟ୍ଟାମୁଣ୍ଡାଇ ଉପନିବନ୍ଧକ ଅଶୋକ କୁମାର ମହାନ୍ତିଙ୍କ ଝିଅ। ରିଷିକା ୨୦୨୫ ଏମଡିଏସ ପରୀକ୍ଷାରେ ଆଇ.ଡି.ଏସ. ସମ ହସପିଟାଲର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର କଞ୍ଜରଭେଟିଭ୍ ଡେଣ୍ଟିଷ୍ଟ ଏବଂ ଏଣ୍ଡୋଡଣ୍ଟିକ୍ସ ବିଭାଗରୁ ସର୍ବୋଚ୍ଚ ମାର୍କ […]

ତାଳୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ   ପଟ୍ଟାମୁଣ୍ଡାଇ ୧୦/୧୨ – ମାନବାଧିକାର ଦିବସ କେବଳ ଏକ ସ୍ମୃତିଚାରଣ ନୁହେଁ ବରଂ ଦୈନନ୍ଦିନ ଜୀବନରେ ମର୍ଯ୍ୟାଦା ପ୍ରତିଫଳିତ କରିବା ପାଇଁ ଏକ ଆମନ୍ତ୍ରଣ ବୋଲି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ବୁଧବାର ଅନୁଷ୍ଠିତ ମାନବ ଅଧିକାର ଆଇନ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]

ପଟ୍ଟାମୁଣ୍ଡାଇ ୧୦/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅନ୍ତର୍ଗତ ଗୋଗୁଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୁଦ୍ଧଙ୍କର ମୃତ୍ୟୁ ଘଟିଛି। ବୁଧବାର ସଂଦ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗୋଗୁଆ ଗ୍ରାମର ସୁଦର୍ଶନ ଜେନା (୭୦ ) । ଗାଡିଟି ଦୁର୍ଘଟଣା ଘଟାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଯାହାକୁ ନେଇ ସ୍ଥାନୀୟଲୋକ ଉତ୍ୟାକ୍ତ ହୋଇ ରାସ୍ତାରେ ଟାଇୟାର […]

ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ଆନୁକୂଲ୍ୟରେ ପବିତ୍ର ଗୀତା ଜ୍ଞାନ ଯଜ୍ଞ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୀତା ଜ୍ଞାନ ଯଜ୍ଞ ଚଳିତ ମାସ ୧୬ ରୁ ୧୮ ପର୍ଯ୍ୟନ୍ତ ତିନିଦିନ ଧରି ବିଶ୍ୱର କଲ୍ୟାଣ ନିମନ୍ତେ ସ୍ଥାନୀୟ ଧ୍ୟାନ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ସ୍ୱାମୀ ଧ୍ୟାନନିଷ୍ଠାନନ୍ଦ ଗିରି, ବାବା ଗୋପିନାଥ […]

କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆଠବାଟିଆ ଗ୍ରାମର ଶିବ ପ୍ରସାଦ ନାୟକ ଓ ବାଘଡିଆ ଗ୍ରାମର ସିଲୁ ପ୍ରସାଦ ନାୟକଙ୍କ ଠାରୁ ବହୁପରିମାନର କଫ୍ ସିରପ୍‌, ତୋଷିଆବେଲାରି ଗ୍ରାମର ରବୀନ୍ଦ୍ର ମାହାକୁଡଙ୍କ ଠାରୁ ଦେଶୀ ରନ୍ଧା ଚୋରାମଦ ଓ ଅମ୍ଭାବେଲାରୀ ଗ୍ରାମର ଜୀବୀନ୍ଦ ଜ୍ଞାନଙ୍କ ଠାରୁ ଗୁଡ ପୋଚ ମଦ ଜବତ କରାଯାଇ ସେମାନଙ୍କୁ […]

କେନ୍ଦ୍ରାପଡ଼ା,୮ା୧୨:ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ କୃଷି ବିଦ୍ୟାନଧି ଯୋଜନାରେ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପାଇଁ ଅକ୍ଟୋବର ମାସ ୧୫ତାରିଖରୁ ନଭେମ୍ବରମାସ ୩୦ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ଛାତ୍ରବୃତ୍ତି ଆବେଦନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ସମୟ ଅବଧି ମଧ୍ୟରେ ସର୍ଭର ଡାଉନ ରହିବା, ଏନ.ପି.ସି.ଆଇ. ଠିକ ଭାବରେ […]

କେନ୍ଦ୍ରାପଡ଼ା,୭ା୧୨:ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ ଉପଲକ୍ଷେ ରବିବାର ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଇନ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ଭାଗବତ ବାବୁଙ୍କ ସୁପୁତ୍ର ସୁଜିତ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଦର୍ଶନ ନାୟକ ମୁଖ୍ୟବକ୍ତା ଏବଂ […]

Breaking News