ପଟ୍ଟାମୁଣ୍ଡାଇ ୧୮/୧୨ -ପଟ୍ଟାମୁଣ୍ଡାଇ ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ସ୍ଥାନୀୟ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପ୍ରାଙ୍ଗଣରେ ୩ଦିନ ବ୍ୟାପି ଆରମ୍ଭ ହୋଇଥିବା ଗୀତା ଜ୍ଞାନ ଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି । ଏଥିରେ ଆନ୍ତଃଜ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟା ଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଗୀତାର ଜ୍ଞାନ କର୍ମ ସନ୍ୟାସ ଯୋଗ ଉପରେ ତାତ୍ୱିକ ଆଲୋଚନା କରିବା ସହିତ ସମବେତ ଭକ୍ତ ମାନଙ୍କୁ ଆଶ୍ରୀ ବଚନ ପ୍ରଦାନ କରିଥିଲେ । […]
ODISHA
ପଟ୍ଟାମୁଣ୍ଡାଇ ୧୬/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ମଙ୍ଗଳବାର ଏସଟି କେସ ନଂ ୧୩୨/୨୦୨୩(୨୮୧/୨୦୨୫)ର ଶୁଣାଣି କରାଯାଇ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଓ ୩୨୪ରେ ଦୋଷୀ ସାବ୍ୟସ୍ତ କରାଯାଇ ଅଭିଯୁକ୍ତଙ୍କୁୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏହାସହ ଦଫା ୩୦୨ରେ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୨ […]
କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ହଳଦିଡିହ ପେଟ୍ରୋଲପମ୍ପର ଅପରପାଶ୍ୱର୍ରେ ନବନିର୍ମିତ ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟକୁ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟାର ରବିବାର ପୂର୍ବାହ୍ନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟାର ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଡେଷ୍ଟିନ୍ର ମାଲିକଙ୍କୁ ପରାମର୍ଶ ଦେଇଥିଲେ। ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟର ମାଲିକ ସୈାମ୍ୟରଞ୍ଜନ ଦାସ କହିଛନ୍ତି ଯେ ଏଠାରେ ଗ୍ରାହକମାନେ ଉତ୍ତମ ଗୁଣବତ୍ତା […]
କେନ୍ଦ୍ରାପଡ଼ା,୧୪ା୧୨: ଗୋପାଳଜୀୟୁ ମନ୍ଦିର ପରିସରରେ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ବ୍ରାହ୍ମଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମେ ପ୍ରାକ୍ତନ ସଭ୍ୟ ସ୍ୱର୍ଗତ ଦାମୋଦର ତ୍ରିପାଠୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ । କେନ୍ଦ୍ରାପଡା ବ୍ଲକ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି ବେଦପାଠ କରିଥିଲେ ଓ ଆଜିର ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ପଣ୍ଡିତ କିଶୋର […]
ପଟ୍ଟାମୁଣ୍ଡାଇ ୧୪/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସପାଲଟି ଠିକାଦାର ସଂଘ ପକ୍ଷରୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ରବିବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବରିଷ୍ଠ ଠିକାଦାର ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ ସଭା ପରିଚାଲନା କରାଯାଇଥବା ବେଳେ ସଂଘର ବହୁ କର୍ମକର୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି ସଂଘକୁ ଅଧିକ ଶକ୍ତିଶାଳୀ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି […]
ପଟ୍ଟାମୁଣ୍ଡାଇ ୧୩/୧୨ -ପରମହଂସ ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରତିଷ୍ଠିତ ପୁରୀସ୍ଥିତ ନୀଳାଚଳ ସାରସ୍ୱତ ସଂଘ ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ସଂଘର ୬୪ତମ ଅଧିବେଶନ ଓ ଓଉପଦା ସାରସ୍ୱତ ସଂଘର ୫୬ତମ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ମଣ୍ଡଳର ଓଉପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଉତ୍ସବ/ଅଧିବେଶକୁ ନୀଳାଚଳ ସାରସ୍ୱତ ସଂଘ ପରିଚାଳନା କମିଟିର ପରିଚାଳକ ଶରତ ଚନ୍ଦ୍ର ସିଂଦେଓଙ୍କ ଦ୍ୱାରା ଏକ […]
ପଟ୍ଟାମୁଣ୍ଡାଇ ୧୩/୧୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର କୋର୍ଟ ପରିସରରେ ଚଳିତ ବର୍ଷର ଶେଷ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଉଦଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରିଥିଲେ। ଏଡିଜେ ବିଚାରପତି ବିଦ୍ୟାଧର ପୃଷ୍ଟି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ […]
କେନ୍ଦ୍ରାପଡ଼ା,୧୩ା୧୨:ପିଏମଶ୍ରୀ କୋରୋ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫୨ ତମ କ୍ରୀଡା ଉତ୍ସବ ଓ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ପଞ୍ଚସଖା ଶିକ୍ଷାସେତୁ ସଭାପତି ରଞ୍ଜିତ କୁମାର ଜେନା, ସ୍କୁଲ ପରିଚାଳନା ସମିତି ସଭାପତି ମଧୁସ୍ମିତା ନାୟକ, ସି.ଆର.ସି.ସି. ବୈଲୋଚନ ସାମଲ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଉତ୍ସବକୁ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ […]
କେନ୍ଦ୍ରାପଡ଼ା,୧୩ା୧୨: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଅଙ୍ଗନୱାଡ଼ି କର୍ମୀ, ଆଶ କର୍ମୀ, ଏହି କ୍ଲଷ୍ଟରରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତାମାନଙ୍କୁ ନେଇ କ୍ଲଷ୍ଟର ସ୍ତରୀୟ “ଆସ ସ୍କୁଲ ଯିବା” ନିମନ୍ତେ ଶିକ୍ଷା ସଭା-୨୦୨୫ ବଳଦେବ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଇଚ୍ଛାପୁର କ୍ଲଷ୍ଟରର […]
କେନ୍ଦ୍ରାପଡ଼ା,୧୩ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ର ଏକ ବୈଠକ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କାର୍ଯ୍ୟକାରୀ ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନା ଉପସ୍ଥିତ ଥିଲେ। ସଂସଦର ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କଲେଜ […]

