>

କେନ୍ଦ୍ରାପଡ଼ା,୨୭ା୫: ପାଣିପାଗ ବିଭାଗ ଦ୍ୱାରା ସୂଚନା ମୁତାବକ ଆଗାମୀ ଦୁଇ ତିନ ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗର ପ୍ରସ୍ତୁତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ସନ୍ଧ୍ୟାରେ ସମସ୍ତ ବିଭାଗ ସହିତ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ୍ ରୁମ୍‌, ପାନୀୟ ଜଳ ବ୍ୟବସ୍ଥା ଶୁଖିଲା ଖାଦ୍ୟ ମହଜୁଦ, ଜେନେରେଟର, ଔଷଧ, ବାତ୍ୟା ଆଶ୍ରୟ ସ୍ଥଳ ସ୍ଥିତି, ଡ଼ଙ୍ଗାର ସ୍ଥିତି ସହିତ ଅନ୍ୟ ସମସ୍ତ […]

ପଟ୍ଟାମୁଣ୍ଡାଇ ତା ୨୭/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାରଫଳ ଗ୍ରାମର ଆରାଧ୍ୟ ଦେବତା ଗୁପ୍ତେଶ୍ୱର ମହାଦେବ ପୀଠରେ ୧୪ତମ ଶୀତଳ ଷଷ୍ଠି ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩୦, ୩୧ ଓ ଜୁନ ୧ ପର୍ଯ୍ୟନ୍ତ ୩ ଦିନ ଧରି ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କର ଅଲୌକିତ ବିବାହୋତ୍ସବ “ଶୀତଳ ଷଷ୍ଠୀ” ଯାତ୍ରା ପାଳନ ହେବ । […]

ପଟ୍ଟାମୁଣ୍ଡାଇ ୨୭/୫ -ପଟ୍ଟାମୁଣ୍ଡାଇ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଟିଜିଟି ସଙ୍ଘ ପକ୍ଷରୁ ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଫୁଲତୋଡ଼ା ଦେଇ ନୂତନ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପଟ୍ଟାମୁଣ୍ଡାଇ ମଣ୍ଡଳ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଶିକ୍ଷାଧିକାରୀ ଭାବେ ବଦଳି ହେବା ପରେ ତାଙ୍କ […]

  ପଟ୍ଟାମୁଣ୍ଡାଇ ୨୬/୫ – ଚଳିତ ବର୍ଷ ମୌସୁମୀ ଶୀଘ୍ର ଅଗ୍ରଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି। ଗତ ଶନିବାରଠାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବା ପରେ ଚାଷୀ ତରତର ହୋଇ କ୍ଷେତକୁ ବାହାରିପଡ଼ିଛି । ୨୦୨୫ -୨୬ ଖରିଫ୍ ଚାଷ ପାଇଁ ନିଜ କ୍ଷେତରେ ଧାନ ବୁଣିବା ଓ ତଳି ପକାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ହଳ ବଳଦ […]

ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କେନ୍ଦ୍ରାପଡ଼ା,୨୬ା୫: ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ବ୍ଲକ ଗୋଗୁଆ ଗୋଗୁଆ ଛକଠାରେ ଉନ୍ମୋଚିତ ହୋଇଯାଇଛି । ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ପରିଷଦ ତରଫରୁ ତାଙ୍କ ୯୬ତମ ଜୟନ୍ତୀ ଜୟନ୍ତୀ ଉତ୍ସବ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏ ଉତ୍ସବରେ ବିଧାୟକ ବେହେରା ସୁନାମଧନ୍ୟ କଣ୍ଠଶିଳ୍ପୀ […]

ପଟ୍ଟାମୁଣ୍ଡାଇ ତା ୨୬/୫-ଓଡ଼ିଆ ପରମ୍ପରାରେ ବାରମାସରେ ତେରପର୍ବ ମଧ୍ୟରେ ସାବିତ୍ରୀ ବ୍ରତ ଅନ୍ୟତମ  । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ କରିଥାନ୍ତି ।  ସାବିତ୍ରୀ ନିଜ ମୃତ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ ଠାରୁ ଛଡାଇ ଆଣିବା ସହିତ ଦୀର୍ଘ ଜୀବନ ପାଇଁ ବର ପ୍ରାପ୍ତ ହୋଇଥିଲେ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କାହିଁ କେଉ ସ୍ମରଣାତୀତ କାଳରୁ ଏହି ବ୍ରତ ପାଳନ […]

ପଟ୍ଟାମୁଣ୍ଡାଇ ୨୫/୫ – ମୟୀୟସୀ ମହିଳା ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ନଗର ଭାଜପା ପକ୍ଷରୁ ପୌରପରିଷଦ ଅନ୍ତର୍ଗତ ୧୯ନଂ ୱାର୍ଡରେ ୧୨୨ତମ ପ୍ରଧାନମନ୍ତ୍ରୀଙ୍କ ମନକିବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀ, ନଗର ଭାଜପା ସଭାପତି ଅଶୋକ ସାହୁ, ବରିଷ୍ଠ ଭାଜପା ନେତା ଆଇନଜୀବୀ ଭାରତ ଭୂଷଣ ଦାସ, ମନ କି ବାତ ସଂଯୋଜକ ରବୀନ୍ଦ୍ର […]

ପଟ୍ଟାମୁଣ୍ଡାଇ ୨୫/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତୁଳସୀଡିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତୁଳସୀଡିଆ ଗ୍ରାମର ଭଗବାନ ସେଠୀଙ୍କ ଗାଈ ଆଜି ସକାଳୁ ଚରିବା ପାଇଁ ଯାଇଥିବା ବେଳେ ସେହି ଗ୍ରାମରେ ଥିବା ଏକ ପରିତ୍ୟକ୍ତ ପାଣି ଟାଙ୍କିରେ ପଡିଯାଇ ମୃତ୍ୟୁବରଣ କରିଛି । ସ୍ଥାନୀୟ ଗ୍ରାମବାସୀ ଗାଈଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଖବର […]

କେନ୍ଦ୍ରାପଡ଼ା,୨୫ା୫: ପ୍ରଥମ କରି ୩୦ ବର୍ଷରୁ କମ୍ ତରୁଣ ସୃଜନ ଶିଳ୍ପୀଙ୍କୁ ନେଇ ଏକ ନିଆରା କବିତା ଆସର “ତାରୁଣ୍ୟ ତରଙ୍ଗ” ଅନୁଷ୍ଠିତ ହୋଇଯାଇଛି। କଳା, ସଂସ୍କୃତି ଓ ବୌଦ୍ଧିକତା ବିକାଶ ଦିଗରେ କାର୍ଯ୍ୟରତ ଦୁଇ ପ୍ରତିବଦ୍ଧ ଅନୁଷ୍ଠାନ ସିମ୍ଫୋନି ଓ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜସ୍‌(କେମ୍‌)ର ମିଳିତ ପ୍ରୟାସରେ ସ୍ଥାନୀୟ ମାଧପୁର “ପୁନର୍ବାସ”ଠାରେ ଏହି ଭିନ୍ନ ସୃଜନ ଆସର ଆୟୋଜିତ ହୋଇଯାଇଛି। ଯୁବକବି ଗୋଲାପ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି […]

ପଟ୍ଟାମୁଣ୍ଡାଇ ୨୫/୫ – ଓଡ଼ିଶାର ସର୍ବବୃହତ ପଂଚକଳା କେନ୍ଦ୍ର ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡ଼ମେକର)ପକ୍ଷରୁ ୧୪୯ତମ ଗଣକବି ଗୋପାଳ ଦାଶ ଜୟନ୍ତୀ ଓ ୯୬ତମ ଭଜନ ସମ୍ରାଟ ଭିକାରି ବଳଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୀତିକବି ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ କଳା ମନ୍ଦିର ଅଧ୍ୟକ୍ଷ ରମେଶ ଦେ, ତାଳବାଦ୍ୟ ଗୁରୁ ସମୀରଞ୍ଜନ ଦାସ, ନୃତ୍ୟଗୁରୁ ବିଜୟ କୁମାର ଦାଶ ପ୍ରମୁଖ […]

Breaking News