ଆଳିରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା କାରକାଚ ଭାଙ୍ଗିବାରୁ ମାରିଦେଲେ- ଏସପି କେନ୍ଦ୍ରାପଡ଼ା, ୮ା୬:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀ ହତ୍ୟା ଘଟଣାରେ ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏ ନେଇ ସୋମବାର ସନ୍ଧ୍ୟାରେ ଏସପି ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପ୍ରତାପ ମହାକୁଡ଼, ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, […]
ଇସ୍କଫ୍ ପକ୍ଷରୁ ଆଲୋଚନା ଚକ୍ର ଓ ବୃକ୍ଷରୋପଣ କେନ୍ଦ୍ରାପଡ଼ା, ୭ା୬: ସମଗ୍ର ବିଶ୍ୱର ବିଭିନ୍ନ ଦେଶର ସରକାର ଆପଣାଇ ଥିବା ଆର୍ଥିକ ନୀତି ଏବେ ବିଶ୍ୱକୁ ଦ୍ରୁତ ଗତିରେ ବିନାଶ ଦିଗରେ ଟାଣି ନେଉଛି। ଏକ ପକ୍ଷରେ ହଜାର ହଜାର ବର୍ଷର ଜଙ୍ଗଲ ସଫା କରି ପ୍ରାକୃତିକ ସମ୍ପଦ ଲୁଟ୍ ହେଉଥିବା ବେଳେ ଅନ୍ୟ ପକ୍ଷରେ ଆର୍ଥିକ ଓ ରାଜନୈତିକ ସଂକଟରୁ ଉଦ୍ଧାର ପାଇବା ପାଇଁ ରାଷ୍ଟ୍ର ମୁଖ୍ୟମାନଙ୍କ ଦ୍ୱାରା […]
କେନ୍ଦ୍ରାପଡ଼ା,୭ା୬:ପାଟକୁରା ବିଜେଡି ପକ୍ଷରୁ ଗରଦପୁର ବ୍ଲକର କଳାବୁଦା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ସ୍ୱତନ୍ତ୍ର ଭୋଟର ସଘନ ସଂଶୋଧନ ସମ୍ବଦ୍ଧିୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପାଟକୁରା ବିଜେଡି ନେତା ରାଜେଶ୍ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ଯୋଗଦେଇ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାବାସୀଙ୍କୁ ଦେଇଥିବା ବାର୍ତ୍ତା […]
ବିଶ୍ୱ ସାଇକେଲ ଦିବସ ଅବସରରେ ଗ୍ରାମଂଚଳ ଥାନାର ଭବ୍ୟ ‘Sunday on Cycle’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୭/୬ – ବିଶ୍ୱ ସାଇକେଲ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ତରଫରୁ Sunday on Cycle’ ପାଳନ ପରିପେକ୍ଷିରେ ଏକ ସାଇକ୍ଲୋଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମଂଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ବାହିନୀ ସମେତ ଉତ୍ସାହିତ ଯୁବକମାନେ ଅଂଶଗ୍ରହଣ କରିଥିଲେ। […]
କେନ୍ଦ୍ରାପଡ଼ା,୬ା୬:ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ଦୈାଡି ନ୍ୟାୟ ନ ପାଇବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଜିଲ୍ଲା ବିଜେଡି ପକ୍ଷରୁ ଏହାର ତଦନ୍ତ ଦାବିକରି ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଜେଡି ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧଷେଇ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ କର୍ମଚାରୀମାନେ କାର୍ଯ୍ୟାଳୟ ଫାଟକରେ ତାଲା […]
ଡେରାବିଶ– ଡେରାବିଶ ଥାନା ଅଧିନ ଡେରାବିଶ କଲେଜ ପରିସରରେ ଶନିବାର ଘଟିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ତରଫା ପ୍ରେମରେ ବିଫଳ ଜନୈକ ଛାତ୍ରର ଆତଙ୍କରାଜ ଦେଖିବାକୁ ମିଳିଛି। ଅଭିଯୁକ୍ତ ମଦ୍ୟପ ଛାତ୍ର ଜଣକ ରାସ୍ତାରାସ୍ତାରୁ ଆରମ୍ଭ କରି କଲେଜ ପରିସର ପର୍ଯ୍ୟନ୍ତ ପ୍ରାୟ ଘଂଟାଏ କାଳ ନିଜ ଆତଙ୍କରାଜ ଚଳାଇ ରଖିଥିଲା। ଅଭିଯୁକ୍ତ ଛାତ୍ର ଜଣକ କଲେଜର ଜନୈକା ଛାତ୍ରୀଙ୍କ ବେକରେ ଏକ ଧାରୁଆ […]
ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି’ (cjp)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଶନିବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀ ପୋଲିସ ଠାରୁ ଅନୁମତି ପାଇବା ପରେ, କୋକ୍ରୋଚ୍ ଜନତା ପାର୍ଟି ତାର ପ୍ରତିବାଦ ଆରମ୍ଭ କରଥିଲା। ପ୍ରତିବାଦକାରୀମାନେ ସ୍ଲୋଗାନ ଦେଇ ଜନ୍ତର ମନ୍ତରରେ ପହଞ୍ଚିବା ପୂର୍ବରୁ, ବହୁ ସଂଖ୍ୟକ ଛାତ୍ର, ଯୁବ ବୃତ୍ତିଗତ, ଅଭିଭାବକ ଏବଂ ସ୍କୁଲ ପିଲାମାନେ ପ୍ରତିବାଦ ସ୍ଥଳରେ ଏକାଠି ହେବା […]
ପ୍ରଶାସନ ପକ୍ଷରୁ ନିଆଯାଉନି ପଦକ୍ଷେପ, ଘଟୁଛି ଦୁର୍ଘଟଣା ପଟ୍ଟମୁଣ୍ଡାଇ ୫/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସନ୍ନିକଟ ବ୍ୟସ୍ତ ବହୁଳ ରାସ୍ତାରେ ଏକ ବିରାଟକାୟ ଗଛ ଉପୁଡ଼ି ଦୀର୍ଘ ଦିନ ହେବ ପଂଚାୟତ ସମିତି ପାଚେରୀ ଉପରେ ପଡ଼ିରହିଛି । ରାସ୍ତାର ୩୦ଭାଗ ଉପରେ ଗଛଟି ଢଳି ରହିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବହୁ ପଥଚାରୀଙ୍କ ମୁଣ୍ଡ ବାଜି […]
କେନ୍ଦ୍ରାପଡା ୫/୬: ଗୋବରାଙ୍ଗ ସେଠୀଙ୍କ ମୃତ୍ୟୁ ସାଧାରଣ ଘଟଣା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଏବଂ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ସ୍ୱାମୀ ମଣି ସାହୁଙ୍କ ସମେତ ପ୍ରାୟ ୧୫ରୁ ୨୦ ଜଣ ଲୋକ ଏହି ଘଟଣାରେ ସମ୍ପୃକ୍ତ ଥିଲେ। ଘଟଣାରୁ ପ୍ରକାଶ ଯେ ଗୋବରାଙ୍ଗଙ୍କୁ ଗାଁର ଗାଧୁଆ ତୁଠ ନିକଟରୁ ଧରି ରାସ୍ତା ଉପରେ ଅଟକାଇ ଲୁହା ରଡ଼, ଠେଙ୍ଗା […]
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କେଶପୁର ପ୍ରାଥମିକ ନୋଡାଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତିି ପକ୍ଷରୁ ଆୟୋଜିତ ସଭାରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷ ତଥା ଏଡିଜେ ବିଚାରପତି ବିଦ୍ୟାଧର ପୁଷ୍ଟି ଯୋଗ ଦେଇ କହିଥିଲେ ଯେ ଭାରତରେ ପରିବେଶ ସୁରକ୍ଷା ପାଇଁ ଅନେକ […]

