ଜବରଦଖଲ ଯୋଗୁଁ ପୋତି ହୋଇଗଲାଣି ବ୍ରୀଟିସ ଅମଳର ସାଇଫନ ଜଳ ନିଷ୍କାସନରେ ବାଧା, ଫସଲହାନି

blank

pattamundai ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାର ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସଦାବେଳେ ବାଡିବଗିଚା ସନ୍ତସନ୍ତିଆ ରହିଥିବାରୁ ସଂକ୍ରମଣ ଆଂଶଙ୍ଖା ରହୁଛି । ଏନେଇ ବାରମ୍ବାର ଅଭିଯୋଗ ଦାବି ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲ କି ଜଳନିକାସ ବିଭାଗ କର୍ଣ୍ଣପାତ କରୁ ନାହିଁାନ୍ତି । ଯାହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

advocate ଆଇନଜିବୀ ଶୁଶିଲ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳ ୧୬ ନଂ ଓାର୍ଡ ଅଳଭାଗ୍ରାମ ଚତୃପାଶ୍ୱରେ ବ୍ରୀଟିସ ଅମଳରୁ ବ୍ରାହ୍ମଣୀ ଘେରିବନ୍ଧ ଓ ଗୋବରୀ କେନାଲ ଏବଂ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଘେରି ରହିଛି । ଏହି ଘେରିର ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ବ୍ରିଟିସ ସରକାର ଗୋବରୀ କେନାଲ ତଳେ ଏକ ସାଇଫନ ନିର୍ମାଣ କରିଥିଲେ । ଉଦବୃତ ଜଳ ଏହି ସାଇଫନରେ ନୟନଜୋର ଦେଇ ନିଷ୍କାସିତ ହେଉଥିଲା । ମାତ୍ର ଗତ କିଛିବର୍ଷ ହେବ କେତେକ ବ୍ୟକ୍ତି ଉକ୍ତ ଜୋର ଉପରେ ମାଟି ପକାଇ ଘର ନିର୍ମାଣକରି ରହୁଥିବାରୁ ସାଇଫନ ଜଳ ନିସ୍କାସନ ପଥ ବନ୍ଦ ପଡିଛିି। ଫଳରେ ଗ୍ରାମର ଶତାଧିକ ଏକର ଜମିବାଡି ପାଣିରେ ବୁଡି ନଷ୍ଟ ହେବାରେ ଲାଗିଛି। ବର୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।

Educated ଶିକ୍ଷାବିତ ଗୋଲେଖ ଜେନା କୁହନ୍ତି ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ଜବରଦଖଲ ହୋଇଗଲାଣି। ଫଳରେ ଉଦ୍‌ବତୃ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ରାଜ୍ୟ ସରକାର ୨୦୧୮-୨୦୧୯ରେ ଏହି ଘେରି ମଧ୍ୟରେ ଜଳବିଶୋଧନ କାରାଖାନାର ନିର୍ମାଣ କରିଛନ୍ତି। ସେଠାରୁ ବାହାରୁଥିବା ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି ।ବର୍ଷାଦିନେ ସାଇଫନରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ବର୍ଷାଜଳ ଘରେ ପସୁଛି। ଖରାଦିନିଆ ପନିପରିବା ଫସଲ ହେଉନାହିଁ । ବର୍ଷାଦିନରେ ଗ୍ରାମବାସୀଙ୍କ ଦୁଃଖର କାରଣ ପାଲୁଟିଛି। ଯୋର ଜବରଦଖଲରେ ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ।

Social worker  ସାମାଜିକକର୍ମୀ ବିଜ୍ଞାନ ମିହିର ଜେନା କୁହନ୍ତି ପଟ୍ଟାମୁଣ୍ଡାଇ ସଦର ରାଜସ୍ୱ ଅଧିକାରୀଙ୍କ ଅଧିନ କେନାଲ ବନ୍ଧ ରାସ୍ତାପାଶ୍ୱର୍ରେ ଥିବା ଜଳ ନିଷ୍କାସନ ନୟନଯୋରିକୁ ବହୁ ଅବରୋଧକାରୀ ଅବରୋଧ କରି ରଖିଛନ୍ତି । ଅଳଭା ଗ୍ରାମର ଅବ୍ୟବହୃତ ଜଳ ଏବଂ ୱାଟର ଟିଟମେଂଟ ପ୍ଲାଂଟର ୱୋଷ୍ଟେଜ ପାଣି ସାଇଫନ ଦେଇ ନିଷ୍କାସିତ ହେଇନପାରି ବିଲବାଡିରେ ଜମୁଛି । ଟିକିଏ ବର୍ଷାରେ ଏହି ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ବର୍ଷାଦିନେ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ିକୁ କୋମଳମତି ପିଲାମାନେ ଶିକ୍ଷାଦାନ ପାଇଁ ପାଣି ଯାଆନ୍ତି । ସବୁବେଳେ ପାଣିଜମି ସନ୍ତସନ୍ତିଆ ରହିବା ଫଳରେ ବହୁ ସମୟରେ ଲୋକେ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ନୟନଜୋରୀକୁ ଜବରଦଖଲ କାରୀଙ୍କ କବଳରୁ ହଟାଇବା ପାଇଁ ଅଳଭା ଗ୍ରାମବାସୀ ଦାବୀ କରିଛନ୍ତି।

blank

ଏନେଇ Water resources ଜଳସମ୍ପଦ ବିଭାଗ ଯନ୍ତ୍ରୀ ସୁନୀଲ ନାୟକଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।
ାରିବେ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସହରୀ ବିକାଶରେ ବାଧା , ଭଙ୍ଗା ଯୋଡାରେ ଚାଲିଛି ବିଭାଗ

Sat Apr 26 , 2025
pattamundai ପଟ୍ଟାମୁଣ୍ଡାଇ ୨୧/୪ –ରାଜ୍ୟ ଓ କେନ୍ଦ୍ର ସରକାର ସହରାଂଚଳର ଭିତିଭୂମି ସୁଦୃଢ଼ ପାଇଁ ପୌରପରିଷଦ ଏବଂ ବିଜ୍ଞାପିତ ଅଂଚଳ କରାଇ ସହରୀ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି ।ଏଥିନେଇ ରାସ୍ତାଘାଟ, ପରିମଳ, ସ୍ୱେରେଜ୍‌, ଆଲୋକିକରଣ, ଆହାର, ପାନୀୟଜଳ ଓ ଜଳ ନିଷ୍କାସନ ପ୍ରକଳ୍ପଗୁଡ଼ିକ କରାଯାଉଛି । ସହର ଯେପରି ଯୋଜନାବଦ୍ଧ ଭାବେ ବୃଦ୍ଧି ପାଇବ ସେଥିପାଇଁ ଟାଉନ୍ ପ୍ଲାନିଂ, ଆଂଚଳିକ ଉନ୍ନୟନ କର୍ତୃପକ୍ଷଙ୍କୁ ନିଯୁକ୍ତି […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading