ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଶ୍ରୀରାମ ମନ୍ଦିର ୨ୟ ବାର୍ଷିକ ଉତ୍ସବ ଗତ ୫, ୬, ୭ ତାରିଖ ୩ଦିନ ବ୍ୟାପି ପବିତ୍ର ଶ୍ରୀରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ମନ୍ଦିର ପୂଜକ ରବୀନ୍ଦ୍ର ପଣ୍ଡା ପ୍ରଭୁ ଶ୍ରୀରାମ ମା ସୀତା ପ୍ରଭୁ ଲଷ୍ମଣ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାବିଧି ପୂଜାର୍ଚନା କରିଥିଲେ । ଏଇ ଅବସରରେ ୩ଦିନ ବ୍ୟାପି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଯୋଗ ଦେଇ ଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ । ୩ଦିନ ବ୍ୟାପି ଆୟୋଜିତ ଶ୍ରୀରାମ ମନ୍ଦିର ବାର୍ଷିକ ଉତ୍ସବରେ ପ୍ରତ୍ୟେହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଉତ୍ସବର ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡିଶାର ପ୍ରସିଦ୍ଧ ପ୍ରବଚକ ବାବା ଦିବାକର ଦାସ ମହାରାଜ ଓ ମନୋଜ ପ୍ରଧାନ ଦିବ୍ୟ ପ୍ରବଚନ ପ୍ରଦାନ କରିବା ସହିତ କଟକ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଗାୟକ ନରେନ୍ଦ୍ର କୁମାର ଭକ୍ତି ରସାତ୍ମକ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀରାମପୁର ଗ୍ରାମବାସୀମାନେ ପରିଚାଳନା କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.