କେନ୍ଦ୍ରାପଡ଼ା,୯ା୪: ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହାକୁ ଉଦଘାଟନ କରି କହିଲେ ଯେ ଯଜ୍ଞ୍ୟାନାଂ ଜପ ଯଜ୍ଞାସ୍ମୀନ ଶୃଙ୍ଗରନାମ ହିମାଳୟ ଏହି ନ୍ୟାୟରେ ଭାରତବର୍ଷ ମୁନିଋଷିମାନଙ୍କର ତପସ୍ୟାର କେନ୍ଦ୍ରବିନ୍ଦୁ ଯାହାଙ୍କର କୃପାରୁ ଏଦେଶର ପାଣି, ପବନ, ବୃକ୍ଷଲତା, ନଦନଦୀମାନେ ମଧ୍ୟ ଧର୍ମରେ ଜଡିତ। ଏହି ଦେଶରେ ଆମର ଜନ୍ମ। ଆମେ ସମସ୍ତେ ମିଳିତ ହୋଇ ଦେଶ, ଜାତି ଓ ସମାଜ ଗଠନରେ ସହଯୋଗ କଲେ ଏକ ସୁସ୍ଥ ସମାଜ ଗଠନ ସହଜ ହୋଇପାରିବ ବୋଲି ଶ୍ରୀ’ମା କହିଥିଲେ। ପଣ୍ଡିତ ପ୍ରତାପ ପତି, ବାବାଜୀ ଦାସ, ପଣ୍ଡିତ ଗଗନ ଆଚାର୍ଯ୍ୟ ପ୍ରଭୃତିଙ୍କ ଗହଣରେ ଏକ ଜିଲ୍ଲା ସ୍ତରୀୟ ନୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଶ୍ରୀମା ପୁରସ୍କୃତ କରିଥିଲେ।
Discover more from Lokamata Odisha
Subscribe to get the latest posts sent to your email.