ପଟ୍ଟାମୁଣ୍ଡାଇ ପୌରାଂଚଳ ସମସ୍ୟାକୁନେଇ ଯୁଗ୍ମ ଅଭଯୋଗ ଶୁଣାଣୀରେ ବିକାଶ ପରିଷଦର ୭ ଦଫା ଦାବୀ

blank
ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ,ଆମ୍ଭେଦକର ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀ ପ୍ରମୁଖ ଏକ ପ୍ରତିନିଧିଦଳ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭଯୋଗ ଶୁଣାଣୀରେ  ଏକ ସାତ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ସେଥି ମାଧ୍ୟରୁ ପଟ୍ଟାମୁଣ୍ଡାଇରେ ଶବ ବ୍ୟବଛେଦ ଗୃହ ଖୋଲିବା, ୧୯ନଂ ୱାର୍ଡରେ ଭଡାରେ ଚାଲୁଥିବା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ସରକାରୀ ଜାଗା ଯୋଗାଇବା,ଶିଳ୍ପାଞ୍ଚଳ ପ୍ରତିଷ୍ଠା କରି କରତକଳ ଖୋଲିବା, ଭେଣ୍ଡିଂ ଜୋନ ମାଧ୍ୟମରେ ଉଛେଦ ହୋଇଥିବା ଉଠାଦୋକାନୀଙ୍କୁ ଥଇଥାନ କରିବା,ଗୋଶାଳା ଖୋଲିବା, ଚିଟଫଣ୍ଡ ଅର୍ଥ କ୍ଷୁଦ୍ର ଜମାକାରୀଙ୍କୁ ଫେରାଇବା ଓ ବ୍ଲକରେ ହେଉଥିବା ଜନଶୁଣାଣୀ ଶିବିରକୁ ଜନସାଧାରଣ ଅବଗତ ନିମନ୍ତେ ପ୍ରଶାସନ ଡାକବାଜି ଯନ୍ତ୍ରରେ ୭ ଦିନ ପୂର୍ବରୁ ପଚାରକରିବା ଆଦି ୭ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ ।

 

Next Post

ଇସ୍କଫ ପକ୍ଷରୁ ଭେନେଜୁଏଲା ପ୍ରତି ସଂହତି ପ୍ରକାଶ

Mon Jan 5 , 2026
କେନ୍ଦ୍ରାପଡ଼ା,୫ା୧:ଯୁକ୍ତରାଷ୍ଟ୍ର ଆମେରିକାର ନବ-ସାମ୍ରାଜ୍ୟବାଦୀ ଟ୍ରଷ୍ଟ ପ୍ରଶାସନ ଗତ ଶନିବାର ମଧ୍ୟରାତ୍ରରେ ଦକ୍ଷିଣ-ଆମେରିକୀୟ ରାଷ୍ଟ୍ର ଭେନ୍‌ଜୁଏଲା ଉପରେ ଅତର୍କିତ ଆକ୍ରମଣ କରି ସେହି ରାଷ୍ଟ୍ରର ନିର୍ବାଚିତ ରାଷ୍ଟ୍ରପତି ନିକୋଲାସ ମାଡୁରୋ ଏବଂ ତାଙ୍କ ସହଧର୍ମିଣୀଙ୍କୁ ଅପହରଣ କରି ନେବା ବିରୋଧରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ (ଇସ୍କଫ୍‌) ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସଂଗଠନର ଜିଲ୍ଲା ସଭାପତି ଡ. ବାସୁଦେବ ଦାସଙ୍କ ପରିଚାଳନାରେ ପବ୍ଲିକ ରିଡିଙ୍ଗ୍ ରୁମ୍ ପରିସରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading