ସୁସ୍ଥ ହେଉଛନ୍ତି ଚାମେଲି, ମିଳିଲା ଜାମିନ

blank
କେନ୍ଦ୍ରାପଡ଼ା,୧୭ା୬:ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ପ୍ରତିଦିନ ଚାମେଲିଙ୍କୁ ଚିକିତ୍ସାଳୟରେ ଭେଟିବା ପାଇଁ କେହି ନା କେହି ଆସୁଛନ୍ତି । ପୋଲିସକୁ ନାକେଦମ ହେବାକୁ ପଡୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାମେଲି ବିପଦ ମୁକ୍ତ ଅଛନ୍ତି । ତାଙ୍କ ଶରୀରରେ ସେପରି ଶାରିରୀକ ଆଘାତ ନାହିଁ। ତାଙ୍କୁ ୪ଜଣ ବିଶେଷଜ୍ଞ ଚିକିତ୍ସା କରୁଛନ୍ତି । ସେ ଖୁବ ଶୀଘ୍ର ସମ୍ପୁର୍ଣ୍ଣ ସୁସ୍ଥ ହେବେ ବୋଲି ସିଡିଏମଓ ଦାୟିତ୍ୱରେ ଥିବା ଏଡିଏମଓ ଡାକ୍ତର ସଚିଦାନନ୍ଦ ମିଶ୍ର କହିଛନ୍ତି । ଚାମେଲିଙ୍କ ବିରୋଧରେ ମହାକାଳପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଘଟିଥିବା ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଛି । ବିଡିଓ ରବି ନାରାୟଣ ଆଚାର୍ଯ୍ୟ ତାଙ୍କ ନାମରେ ଏକ ଅଭିଯୋଗ କରିଥିଲା ବେଳେ ମହାକାଳପଡା ଥାନା ପୋଲିସ ଆଉ ଏକ ଅଭିଯୋଗ କରିଥିଲା। ଏହି ମାମଲାରେ ପ୍ରଥମ ଜାମିନ ଆବେଦନ ଖାରଜ ହୋଇଥିଲା । ତେବେ ଆଜି ଚାମେଲି ଜାମିନ ଆବେଦନ କରିଥିଲେ । ପୋଲିସ ମାମଲାରେ ତାଙ୍କୁ ଜାମିନ ମିଳିଛି । ଗତ ୧୧ତାରିଖରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେଉଛି । ଉନ୍ନୟନ କାର୍ଯ୍ୟର ବିଲ ପାସ କରିବାକୁ ନେଇ ତିଖିରୀ ସରପଞ୍ଚ ଚାମେଲି ଓଝା ମହାକାଳପଡା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଉଚ୍ଚ ଗଳାରେ ପ୍ରଶ୍ନ କରିଥିଲେ । ସେ ଏହାର ଉତ୍ତର ଦେବା ସମୟରେ ଚାମେଲିଙ୍କ ଭାଇ ଭିଡିଓ ରେକର୍ଡିଂ କରିଥିଲେ। ସେଠାରେ ଉପସ୍ଥିତ ଥିବା ଗେରୁଆ ଗାମୁଛା ବେକରେ ପକାଇଥିବା ଜଣେ ଯୁବକ ଭିଡିଓ କରୁଥିବା ମୋବାଇଲକୁ ଛଡାଇ ନେଇଥିଲେ। ଚାମେଲି ଏହାର ପ୍ରତିବାଦ କରି ସଂପୃକ୍ତ ଯୁବକଙ୍କ ଠାରୁ ମୋବାଇଲ ଛଡାଇ ଆଣିଥିଲେ। ସରକାରୀ କାର୍ଯ୍ୟରେ ଚାମେଲି ବାଧା ସୃଷ୍ଟି କରୁଥିବା ନେଇ ମହାକାଳପଡ଼ା ଥାନାରେ ବିଡିଓ ଶ୍ରୀ ଆଚାର୍ଯ୍ୟ ଏତଲା ଦେଇଥିଲେ।

Next Post

ଚାମେଲିଙ୍କୁ ଭେଟିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

Wed Jun 17 , 2026
କେନ୍ଦ୍ରାପଡ଼ା,୧୭ା୬:କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଚାମେଲିଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ରହିଥିବା ଡାକ୍ତରଖାନା ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲା। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବେ। ସରକାର ଏହି ପ୍ରସଙ୍ଗରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading