ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଜଳନିଷ୍କାସନ ଓ ପାଳପାଟଣା ସେତୁ

blank
ପଟ୍ଟାମୁଣ୍ଡାଇ ତା ୨/୧୨-ଚଳିତ ବିଧାନସଭା ଅଧିବେଶନରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମୁଖ୍ୟ ଓ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥିବା ଜଳ ନିଷ୍କାସନ ସମସ୍ୟା ଉତଥାପିତ ହୋଇଛି ।  ପୌରାଞ୍ଚକ ମାନ୍ୟତା ପାଇବାର ୩୫ବର୍ଷ ପରେ ମଧ୍ୟ ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ସହର ଓ ସମଗ୍ର ପୌରାଞ୍ଚଳ ଉବୁଟୁବୁ ହେଉଛି ।  ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇନାହିଁ ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବା ଅନୁଭବ କରି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ବିଧାନସଭା ଗୃହରେ ଜଳ ନିଷ୍କାସନ ପ୍ରସଙ୍ଗ ଉତ୍ଥାପନ କରି ସରକାର ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଜବାବ ମାଗି ଥିଲେ ।  ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜଳ ନିଷ୍କାସନ ପାଇଁ ୩କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।  ଏହି ଅନୁଦାନ ରାଶିକୁ ଆଖି ଆଗରେ ରଖି ପଟ୍ଟାମୁଣ୍ଡାଇ ପୌର ପରିଷଦ ପୌରାଞ୍ଚଳର ୨୦ଟି ୱାର୍ଡରୁ ଜଳ ନିଷ୍କାସନ ପାଇଁ ୫କୋଟି ୧୬ଲକ୍ଷ ୭ହଜାର ୯୪୦ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି ବୋଲି ପବିତ୍ର ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି ।

blank

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଂଚାୟତ ପାଳପାଟଣା – ଆଳି ବ୍ଲକ ମାସାହାଣୀ ସେତୁ ନିର୍ମାଣ ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ବିଧାନସଭାରେ ପ୍ରଶ୍ନ କରି ସରକାର ପ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗି ଛନ୍ତି ।  ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତୀ ରବି ନାରାୟଣ ନାୟକ ପାଳପାଟଣା -ମାସାହାଣୀ ସେତୁ ନିର୍ମାଣ ପାଇଁ ସେତୁ ନକ୍ସା ପ୍ରସ୍ତୁତ ଚାଲିଛି ।  ଆବଶ୍ୟକ ସମସ୍ତ ପ୍ରକ୍ରିୟା ସମାପ୍ତ ହେଲେ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ବିଧାନସଭାରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

Next Post

ସାଂସଦ ଖେଳ ମହୋତ୍ସବ ୨୦୨୫ , ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

Tue Dec 2 , 2025
କେନ୍ଦ୍ରାପଡ଼ା,୨ା୧୨:ସାଂସଦ ଖେଳ ମହୋତ୍ସବ ଅବସରରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ରଘୁରାମ ଆର,ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ଡ଼ିସେମ୍ବର ୬ ଓ ୮ ତାରିଖରେ ଆଳି ବିଧାନସଭା ଅନ୍ତର୍ଗତ ତେଲିପାଟଣା ଖେଳପଡିଆରେ ଅନୁଷ୍ଠିତ ହେବ। ସେହିପରି ଡ଼ିସେମ୍ବର ୬ ଓ ୮ରେ ରାଜକନିକା ବ୍ଲକ ଅନ୍ତର୍ଗତ ରାଜକନିକା ପୋଲିସ ଖେଳ ପଡିଆ, ରାଜନଗର ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading