କେନ୍ଦ୍ରାପଡ଼ା,୨୨ା୫: କେନ୍ଦ୍ରାପଡା ଗରାପୁର ବଉଳବିହାର ନିକଟ ଯୁବ ସମାଜସେବୀ ଦାମୋଦର ପାଣିଙ୍କ ପୁତ୍ର ରମେଶ ପାଣି(୪୮)ଙ୍କ ହୃଦ୍ଘାତରେ ବୁଧବାରଦିନ ଦେହାନ୍ତ ହୋଇଯାଇଛି । ଗତ ଦୁଇ ଦିନ ହେବ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ଭୂବନେଶ୍ୱର ଏକ ଘରୋଇ ଚିକିତ୍ସାଳୟକୁ ଯାଇଥିଲେ । ଡାକ୍ତର ବହୁ ଚେଷ୍ଟା କରି ମଧ୍ୟ ବୁଧବାର ଦିନ ଶେଷତ୍ୟାଗ କରିଥିଲେ । ରମେଶ କେନ୍ଦ୍ରାପଡାରେ ରହି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସହିତ କାର୍ଯ୍ୟକରି ବହୁ ସମାଜସେବା କରିବା ସହିତ ରାଜନିତିରେ ସକ୍ରିୟ ଭାଗ ନେଇ ସୁନାମ ଅର୍ଜନ କରିଥିଲେ । ତାଙ୍କର ଶେଷ କୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ସାନ ଭାଇ ସୁରେଶ ପାଣୀ ମୁଖାଗ୍ନୀ ଦେଇଥିଲେ । ରମେଶଙ୍କ ଘର ଅଙ୍ଗୁଳାଇ କୁହୁଡି ଅଞ୍ଚଳର । ସେ ଗତ ୩ ବର୍ଷ ତଳେ ବିବାହ କରି ଦୁଇ ବର୍ଷର ଶିଶୁ ଅଛନ୍ତି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ତରାଇ, ଯୁବ ନେତା ରାଜେଶ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭିର ଦୁଖଃ ପ୍ରକାଶ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.