ଶ୍ରୀ ଶ୍ରୀ ଲଙ୍କେଶ୍ୱର ରାମାୟଣ କମିଟିର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡା,୨୨ା୫: କେନ୍ଦ୍ରାପଡା ଠାକୁରହାଟର ଶ୍ରୀ ଶ୍ରୀ ଲଙ୍କେଶ୍ୱର ରାମାୟଣ କମିଟି ତା’ର ଦ୍ୱିତୀୟ ବର୍ଷରେ ପଦାର୍ପଣ କରି ଚାରିରାତ୍ରି ରାମାୟଣ ଠାକୁରହାଟ ପଡିଆରେ ପରିବେଷଣ କରିଥିଲା । ଏଥିରେ ରାମ ବନବାସ, ସୀତାଚୋରୀ, ରାବଣ ବଧ, ଲବକୁଶଜନ୍ମ ଓ ବୈକୁଣ୍ଠ ଦର୍ଶନ ପ୍ରଭୃତି ନାଟକ ମଞ୍ଚସ୍ଥ କରାଯାଇଥିଲା । ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନିଖୁଣ ଅଭିନୟ କରିଥିଲେ । ଏହିକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଦର୍ଶକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସଭାପତି ରମେଶ ବେହେରା, ଉପସଭାପତି ଧନେଶ୍ୱର ଓଝା, ସମ୍ପାଦକ ଗୌରାଙ୍ଗ ନାୟକ, ନୃସିଂହ ଚରଣ ସେଠୀ, ଖଗେଶ୍ୱର ସେଠୀଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତିମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମଲ୍ଲିକ, ନରହରି ସେଠୀ, ସନାତନ ମଲ୍ଲିକ, ଚନ୍ଦ୍ରମଣୀ ସାହୁ, ହିରାମଣୀ ନାଥ, ବସନ୍ତ ବେହେରା, ବାବାଜୀ ଗେରୁ, ସୁରେନ୍ଦ୍ର ସେଠୀ, ବିନୋରୀ ପ୍ରଧାନ, ରାଜକିଶୋର ବେହେରା, କାର୍ତ୍ତିକ ଗେରୁ, ଦୟାନିଧି ପାତ୍ର, ରାଜକିଶୋର ନାୟକ, ବଟକୃଷ୍ଣ ସେଠୀ, ରମେଶ ଚନ୍ଦ୍ର ସେଠୀ, ଜନାର୍ଦ୍ଦନ ବେହେରା, କାଳନ୍ଦୀ ବେହେରା ପ୍ରମୁଖ ସହଯୋଗ କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡାର ଗୋଗୁଆ ଛକରେ ପ୍ରତିଷ୍ଠା ହେବ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି

Thu May 22 , 2025
କେନ୍ଦ୍ରାପଡା,୨୨ା୫: ଆସନ୍ତା ମେ’ ମାସ ୨୫ ତାରିଖରେ ଭଜନ ସମ୍ରାଟଙ୍କ ୯୭ତମ ଜୟନ୍ତୀରେ ଏକ ପ୍ରତିମୂର୍ତ୍ତି ତାଙ୍କ ନିଜ ପଞ୍ଚାୟତ ଗାଙ୍ଗପଡାର ଗୋଗୁଆ ଛକଠାରେ ପ୍ରତିଷ୍ଠା କରାଯିବାକୁ କେନ୍ଦ୍ରାପଡା ଭଜନ ସମ୍ରାଟ ସ୍ମୃତି ପରିଷଦ ତରଫରୁ ନିଷ୍ପତ୍ତି ନିଆଯାଇଛି । ଗୋଗୁଆ ଜଳସେଚନ ବିଭାଗ ଡାକବଙ୍ଗଳାର ପ୍ରବେଶ ପଥର ବାମ ପାଶ୍ୱର୍ରେ ଗଣକବି ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିଷ୍ଠା କରାଯିବ । ପ୍ରକାଶ ଥାଉକି ଜଗନ୍ନାଥଙ୍କ ପରମଭକ୍ତ ଘରେ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading