ସାବିତ୍ରୀବ୍ରତ ପାଇଁ ହରପାର୍ବତୀ ଓ ବିଭିନ୍ନ ମନ୍ଦିରରେ ଭିଡ଼

blank
ପଟ୍ଟାମୁଣ୍ଡାଇ ତା ୨୬/୫-ଓଡ଼ିଆ ପରମ୍ପରାରେ ବାରମାସରେ ତେରପର୍ବ ମଧ୍ୟରେ ସାବିତ୍ରୀ ବ୍ରତ ଅନ୍ୟତମ  । ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ କରିଥାନ୍ତି ।  ସାବିତ୍ରୀ ନିଜ ମୃତ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ ଠାରୁ ଛଡାଇ ଆଣିବା ସହିତ ଦୀର୍ଘ ଜୀବନ ପାଇଁ ବର ପ୍ରାପ୍ତ ହୋଇଥିଲେ । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କାହିଁ କେଉ ସ୍ମରଣାତୀତ କାଳରୁ ଏହି ବ୍ରତ ପାଳନ କରାଯାଇଆସୁଛି ।ପ୍ରତ୍ୟେକ ସଧବା ନାରୀ ବିଭିନ୍ନ ଫଳ ମୂଳ ସହ ନୂଆ ଶଙ୍ଖା ଶାଢ଼ୀ ଓ ସିନ୍ଦୁର ମନ୍ଦିରରୁ ପୂଜାର୍ଚନା କରି ଆଣିବା ପରେ ସ୍ୱାମୀଙ୍କୁ ପୂଜା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥାଏ ।  ଓଡ଼ିଆ ଜାତିର ମହାନ ପରମ୍ପରାର ଝଲକ ସାବିତ୍ରୀ ବ୍ରତ ପଟ୍ଟାମୁଣ୍ଡାଇର ପୁର ପଲ୍ଲୀରେ ଧୁମଧାମରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସହରର ପ୍ରମୁଖ ଶୈବ ପୀଠ ପୋଖରୀଆପଡା ହରପାର୍ବତୀ ମନ୍ଦିରରେ ସାବିତ୍ରୀ ବ୍ରତ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ମନ୍ଦିର ମୁଖ୍ୟପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ପୂଜକମାନେ ପ୍ରଭୁ ହରପାର୍ବତୀ ଓ ବିଭିନ୍ନ ଦେବାଦେବୀଙ୍କର ଯଥାଵିଧି ପୂଜାର୍ଚନା କରିବା ପରେ ସକାଳ ୭ଘଟିକା ଠାରୁ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।  ପ୍ରଭୁଙ୍କ ନିକଟରେ ପୂଜାର୍ଚନା କରି ସ୍ୱାମୀ ଦୀର୍ଘଜୀବନ କାମନା କରିବା ପାଇଁ ବ୍ରତଧାରୀ ମହିଳାଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ।ଏଇ ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତା ଓ ପ୍ରଶାସନିକ ଅଧିକାରୀ ସସ୍ତ୍ରୀକ ମନ୍ଦିରକୁ ଯାଇ ପୂଜାର୍ଚନା କରିବା ସହିତ ପ୍ରଭୁ ହରପାର୍ବତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।  ମନ୍ଦିର ପୂଜକ ଓ କର୍ମଚାରୀମାନେ ଶାନ୍ତିଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।  ସେହିପରି ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚନ୍ଦ୍ରମଉଳିଙ୍କ ନିକଟରେ ମଧ୍ୟ ବ୍ରତଧାରୀ ମହିଳାଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଏହାଛଡା ପଟ୍ଟାମୁଣ୍ଡାଇ ସହରସ୍ଥ ଶ୍ରୀରାମ ମନ୍ଦିର,ରାଧାରମଣ ମଠ, ପୋଖରୀଆପଡା ପତିତପାବନ ମନ୍ଦିର, କଷଣଅଣ୍ଟା ଲକ୍ଷେଶ୍ୱର ମହାଦେବ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ମନ୍ଦିରରେ ବ୍ରତଧାରୀ ମହିଳାଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।  ସାବିତ୍ରୀ ବ୍ରତ ପାଇଁ ପଟ୍ଟାମୁଣ୍ଡାଇ ସହରରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଗତ ୨/୩ଦିନ ଧରି ଅସମ୍ଭବ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା । ବିଭିନ୍ନ ଫଳ ଦର ଆକାଶଛୁଆଁ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ବ୍ରତଧାରୀ ମହିଳାଙ୍କ ଉପରେ ପଡିଥିଲା ।  ଆକାଶଛୁଆଁ ଦରଦାମ ସତ୍ୱେ ସାବିତ୍ରୀ ବ୍ରତ ପାଳନ ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବିବାହିତା ମହିଳାମାନଙ୍କ ଅସମ୍ଭବ ଭିଡ଼ ବ୍ରତର ମହତ୍ୱକୁ ପ୍ରମାଣିତ କରିଛି ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଭାବର ଠାକୁରଙ୍କ ପାଇଁ ଭିକାରି ବଳ ଥିଲେ ଭାବର ଗାୟକ

Mon May 26 , 2025
ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କେନ୍ଦ୍ରାପଡ଼ା,୨୬ା୫: ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ବ୍ଲକ ଗୋଗୁଆ ଗୋଗୁଆ ଛକଠାରେ ଉନ୍ମୋଚିତ ହୋଇଯାଇଛି । ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ପରିଷଦ ତରଫରୁ ତାଙ୍କ ୯୬ତମ ଜୟନ୍ତୀ ଜୟନ୍ତୀ ଉତ୍ସବ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଏ ଉତ୍ସବରେ ବିଧାୟକ ବେହେରା ସୁନାମଧନ୍ୟ କଣ୍ଠଶିଳ୍ପୀ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading