ପଟ୍ଟାମୁଣ୍ଡାଇ ୨୫/୫ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତୁଳସୀଡିଆ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତୁଳସୀଡିଆ ଗ୍ରାମର ଭଗବାନ ସେଠୀଙ୍କ ଗାଈ ଆଜି ସକାଳୁ ଚରିବା ପାଇଁ ଯାଇଥିବା ବେଳେ ସେହି ଗ୍ରାମରେ ଥିବା ଏକ ପରିତ୍ୟକ୍ତ ପାଣି ଟାଙ୍କିରେ ପଡିଯାଇ ମୃତ୍ୟୁବରଣ କରିଛି । ସ୍ଥାନୀୟ ଗ୍ରାମବାସୀ ଗାଈଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚିଂ ବହୁ ଚେଷ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ଗାଈଟିକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅଳପୁଆ ରାଜସ୍ୱ ନିରୀକ୍ଷକ ଓ ପଶୁ ସମ୍ପଦ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଂ ପ୍ରାଥମିକ ତଦନ୍ତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତବର୍ଷ ବିଦ୍ୟୁତ୍ ସ୍ପର୍ଶରେ ଭଗବାନ ସେଠୀଙ୍କ ଅନ୍ୟ ଏକ ଗାଈ ମଧ୍୍ୟ ମୃତ୍ୟୁବରଣ କରିଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଲୋକ ଗୋପାଳନ କରି ପରିବାର ପତିପୋଷଣ କରନ୍ତି । ଏନେଇ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।
Discover more from Lokamata Odisha
Subscribe to get the latest posts sent to your email.