ଗ୍ରୀଷ୍ମକାଳୀନ ଭାରୋତ୍ତଳନ ଶିବିର ଉଦ୍‌ଯାପିତ

blank
କେନ୍ଦ୍ରାପଡା,୨୯ା୪: ରାଜ୍ୟ ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ସହାୟତାରେ କେନ୍ଦ୍ରାପଡାସ୍ଥିତ ଶ୍ୟାମଗୁଡିଆଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଚଳିତ ମାସ ଏପ୍ରିଲ୍ ୧୫ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଭାରୋତ୍ତଳନ ଶିବିର ୨୯ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରର ଉଦ୍‌ଯାପନ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ବାଳକ ଓ ବାଳିକା ଯୋଗ ଦେଇଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ସ୍ୱୟଂପ୍ରଭା ମହାନ୍ତି ଯୋଗଦେଇ ବାଳକ ଓ ବାଳିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରକୁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପରିଚାଳନା କରିଥିଲେ ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ମଇ ୨୦ ଧର୍ମଘଟ ସଫଳ ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର କନଭେନସନ

Tue Apr 29 , 2025
କେନ୍ଦ୍ରାପଡ଼ା,୨୯ା୪ : କେନ୍ଦ୍ରାପଡା ଜିଲ୍ଲା ସିଟୁ କାର୍ଯ୍ୟାଳୟ ପରିସରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଗୁଡିକର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକନେତା ଜଗତଜୀବନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନରେ ଟ୍ରେଡ ୟୁନିଅନ ଆଇନ ବଦଳରେ ୪ଟି ଶ୍ରମକୋର୍ଡ ଗଠନ ଓ ଶ୍ରମିକ କଲ୍ୟାଣ ବୋର୍ଡର ରାଜନୀତିକରଣକୁ ବିରୋଧ, ପାଚିକା ଓ ଆଶାମାନଙ୍କୁ ସରକାରୀ ଚାକିରୀ ମାନ୍ୟତା ସହ ମାସିକ ବେତନ […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading