ନୂଆଦିଲ୍ଲୀ ୮ା୫: ମଇ ୭ ରାତିରେ ପାକିସ୍ତାନ ଉପରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରର ପରିବାର ସଫା ହୋଇଯାଇଛି । ଆଝାର ପରିବାରର ମୋଟ ୧୦ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ମାସୁଦର ଭାଇ ରୌଫ ଆଝାର । ୧୯୯୯ରେ ଯେତେବେଳେ ତାର ବଡ଼ ଭାଇ ମାସୁଦ ଆଝାର କଶ୍ମୀରର ଜେଲରେ ଥିଲା, ତାକୁ ଛଡ଼ାଇବାକୁ ରୌଫ ଏୟାର ଇଣ୍ଡିଆ ଆଇସି-୮୧୪ କାନ୍ଦାହାର ବିମାନ ଅପହରଣ କରାଇଥିଲା। ଏହି ଘଟଣାରେ ମାସୁଦ ଆଝାରକୁ ଭାରତ ମୁକ୍ତ କରିବା ପରେ ଜୈସ-ଇ-ମହମ୍ମଦ ଗଠନ ହୋଇଥିଲା ଓ ତାପରେ ଭାରତରେ ସଂସଦ ଭବନ ଆକ୍ରମଣ ସମେତ ଆହୁରି ଅନେକ ଆକ୍ରମଣ କରାଯାଇଥିଲା। ମାସୁଦ ଆଝାର ପରି ରୌଫ ଆଝାର ମଧ୍ୟ ଜଣେ କୁଖ୍ୟାତ ଅନ୍ତର୍ଜାତୀୟ ଆତଙ୍କବାଦୀ । ୧୯୯୯ରେ ଯେତେବେଳେ ତାର ବଡ଼ ଭାଇ ମାସୁଦ ଆଝାର କଶ୍ମୀରର ଜେଲରେ ଥିଲା, ତାକୁ ଛଡ଼ାଇବାକୁ ରୌଫ ଏୟାର ଇଣ୍ଡିଆ ଆଇସି-୮୧୪ କାନ୍ଦାହାର ବିମାନ ଅପହରଣ କରାଇଥିଲା । ଏହି ଘଟଣାରେ ମାସୁଦ ଆଝାରକୁ ଭାରତ ମୁକ୍ତ କରିବା ପରେ ଜୈସ-ଇ-ମହମ୍ମଦ ଗଠନ ହୋଇଥିଲା ଓ ତାପରେ ଭାରତରେ ସଂସଦ ଭବନ ଆକ୍ରମଣ ସମେତ ଆହୁରି ଅନେକ ଆକ୍ରମଣ କରାଯାଇଥିଲା । ମଇ ୭ ରାତିରେ ଭାରତର ଆକ୍ରମଣ ଭୟରେ ରୌଫ ଆଝାର ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ ମୁଖ୍ୟାଳୟର ବଙ୍କରରେ ଲୁଚି ରହିଥିଲା। କିନ୍ତୁ ଭାରତୀ ବାୟୁସନା ସେଠାରେ ହିଁ ତା ପାଇଁ କବର ଖୋଳିଦେଇଥିଲା । ରୌଫର ମୃତ୍ୟୁ ମାସୁଦ ଆଝାର ପାଇଁ ଏକ ମସ୍ତବଡ଼ ଧକ୍କା କୁହାଯାଉଛି । ସେ ନିଜେ ମଧ୍ୟ ନିଜ ଆଖିର ଲୁହ ରୋକିପାରୁନାହିଁ ।
Discover more from
Subscribe to get the latest posts sent to your email.