ମଧ୍ୟାହ୍ନ ଭୋଜନ ବେଳେ ମାଡ଼ି ଆସିଲା ମୃତ୍ୟୁ ; କଲେଜ କ୍ୟାଣ୍ଟିନରେ ଖସିପଡିଲା ବିମାନ,ଏକାଧିକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା

blank
ଅହମ୍ମଦାବାଦ ୧୨ା୬-କେତେ ସ୍ୱପ୍ନ ନେଇ ପିଲା ପାଠ ପଢୁଥିଲେ। କ୍ଲାସ ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ହଷ୍ଟେଲ ଆସିଥିଲେ । କ୍ୟାଣ୍ଟିନରେ କିଏ ଖାଉଥିଲା ତ କିଏ ଖାଇବା ପାଇଁ ଲାଇନ ଲଗାଇଥିଲା । ଖାଇବା ପରେ ପୁଣି କିଏ କ୍ଲାସ ଯାଇଥାନ୍ତା ତ ପୁଣି କିଏ ପ୍ରାକ୍ଟିକାଲ କରିବାକୁ ଯାଇଥାନ୍ତା । ହେଲେ କିଏ ଜାଣିଥିଲା ଏଇ ଖାଇବା କାହା ପାଇଁ ଶେଷ ଖାଇବା ହେବ ବୋଲି । ମଧ୍ୟାହ୍ନ ଭୋଜନ ବେଳେ ମୃତ୍ୟୁ ମାଡ଼ି ଆସିବ ବୋଲି । ଆଉ କେଇ ମିନିଟରେ ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଧକ୍କା ଦେଇ ଛାରଖାର କରିଦେବ ବୋଲି । କେତେ ସ୍ୱପ୍ନ ନେଇ ସେମାନଙ୍କ ବାପାମାଆ ସେମାନଙ୍କୁ ମେଡିକାଲ ପଢାଇବାକୁ ଛାଡିଥିଲେ । ପୁଅ ଡାକ୍ତରୀ ପାଠ ପଢି ଡାକ୍ତର ହେବ ଆଉ ସେମାନଙ୍କର ନାଁ ରଖିବ । ବାପାମାଆଙ୍କ ଏ ସ୍ୱପ୍ନରେ ବିମାନ ମାଡିଯାଇଛି, ସ୍ୱପ୍ନ ଜଳିଯାଇଛି । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଦୃଶ୍ୟ । ଯେଉଁଠି ମେଡିକାଲ କଲେଜରେ ପଶିଯାଇଛି ବିମାନ । କୁହାଯାଉଛି ଉଡାଣ ବେଳେ ବିମାନବନ୍ଦର ନିକଟରେ ଥିବା ବିଜେ ମେଡିକାଲ କଲେଜର କ୍ୟାଣ୍ଟିନରେ ପଶିଯାଇଛି ବିମାନ। ସେତେବେଳେ ପ୍ରାୟ ୫୦ରୁ ୬୦ ପିଲା ଖାଉଥିଲେ । ବିମାନ କ୍ରାସ୍ ପରେ ମେଡିକାଲ କ୍ୟାଣ୍ଟିନରେ ଏମବିବିଏସ ପିଲା ଏବଂ କିଛି ଇଣ୍ଟର୍ଣ୍ଣ ପିଲା ଖାଉଥିଲେ । ଆଉ ଠିକ୍ ଖାଇବା ବେଳେ ଖସିଲା ବିମାନ । ଯେଉଁଥିରେ ଏକାଧିକ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କେଉଁଠି ଖାଇବା ପ୍ଲେଟ୍ ପଡିଛି ତ କେଉଁଠି ପଡିଛି ରୋଷେଇ ସାମଗ୍ରୀ । ଏହି ଦୃଶ୍ୟ ସବୁ ବୟାନ କରୁଛି କେତେ ଭୟଙ୍କର ଥିବ ସେ ଘଟଣା । ସେପଟେ ଜଣେ ମାଆ କହିଛନ୍ତି ଯେଉଁଠି ବିମାନ ଖସିଛି ସେଠି ତାଙ୍କ ପୁଅ ଖାଇବାକୁ ଯାଉଥିଲା । ଆଉ ବିମାନ ଖସିବା ପରେ ସେ ଛାନିଆରେ ଆଉ ଏକ ବିଲ୍ଡିଂକୁ ଡେଇଁ ପଡିଲା । ଡେଇଁ ପଡିବା ପରେ ସେ ଆହତ ହୋଇଛି ସତ କିନ୍ତୁ ମୋ ପୁଅ ବଞ୍ଚି ଯାଇଛି ବୋଲି ଜଣେ ମାଆ ଗଣମାଧ୍ୟମକୁ କହିଛନ୍ତି ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ସରକାର ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଘୋଷଣା କରନ୍ତୁ

Fri Jun 13 , 2025
କେନ୍ଦ୍ରାପଡ଼ା, ୧୩ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାର ରାମନଗର ଠାରେ ଜିଲ୍ଲା ମହୋତ୍ସବ ପାଳନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏବଂ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସମଗ୍ର ରାଜ୍ୟରେ ୧୭ଟି ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରାଯାଇ କାର୍ଯ୍ୟକାରୀ ହେବାପାଇଁ ଯାଉଛି। ଉପକୂଳବର୍ତ୍ତୀ ଜିଲ୍ଲାରେ କେବଳ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading