କେନ୍ଦ୍ରାପଡ଼ା,୧୦/୬ – ଆଜି କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରୀ ବଳଦେବଜୀଉ ମନ୍ଦିର ସୁପରିଚାଳନା ନିମନ୍ତେ ନୂତନ ଟ୍ରଷ୍ଟବୋର୍ଡର ପ୍ରଥମ ବୈଠକ ଅନୁଷ୍ଠିତ ହୋଯାଇଅଛି । ଉକ୍ତ ବୈଠକରେ ବରିଷ୍ଟ ସଭ୍ୟ ହୃଷୀକେଶ ରଥ ସଭାପତିତ୍ୱ କରିଥିଲେ । ପ୍ରଥମେ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ରାଜ୍ୟ ଦେବୋତ୍ତର କମିଶନରଙ୍କ ପ୍ରଦତ୍ତ ମଧ୍ୟବିତ୍ କାଳୀନ ଟ୍ରଷ୍ଟବୋର୍ଡର ନିଯୁକ୍ତି ପତ୍ରକୁ ଉପସ୍ଥାପନ କରିଥିଲେ । ଏଥିରେ ଆଦେଶଥିବା ଅନୁଯାୟୀ କେନ୍ଦ୍ରାପଡା ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ସର୍ବସମ୍ମତ୍ତି କ୍ରମେ ସଭାପତି ଭାବେ ମନୋନୀତ କରାଯାଇଅଛି । ଉକ୍ତ ବୈଠକରେ ସଭ୍ୟ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ଚରଣ ପତ୍ରୀ, କେନ୍ଦ୍ରାପଡା ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ଏସ.ଡି.ପି.ଓ ପ୍ରମୁଖ ଉପସ୍ଥିତି ରହି ଆଲୋଚନାରେ ଭାଗନେଇ ଉକ୍ତ ସଭାପତି ମନୋନୟର ପ୍ରସ୍ତାବ ଗୃହୀତ କରିଥିଲେ । ଏହି ପ୍ରସ୍ତାବକୁ ରାଜ୍ୟ ଦେବୋତ୍ତର କମିଶନରଙ୍କୁ ଦେବୋତ୍ତର ନିରିକ୍ଷକଙ୍କ ଜରିଆରେ ପଠାଯିବାକୁ ସ୍ଥିର କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହାୟକ ସୁବାଶ ଚନ୍ଦ୍ର ପରିଡା ସହାୟତା କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.