କେନ୍ଦ୍ରାପଡ଼ା,୬ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ, କିଶୋର ଦ୍ୱିବେଦୀ ମୁଖ୍ୟବକ୍ତା, କବି ରକ୍ଷକ ନାୟକ, ବାଲେଶ୍ୱର ପ୍ରେସ୍ କ୍ଲବର ଉପସଭାପତି ରଞ୍ଜନ ବାଗ୍, କବି ଅଭୟ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ ସମ୍ମାନୀତ ଅତିଥିô, ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ବଂଶୀଧର ଜେନା, ତାଙ୍କ ଧର୍ମ ପତ୍ନୀ ଶ୍ରୀଲିପ୍ତା ପ୍ରକାଶନୀର ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ ଉପସ୍ଥିତ ରହି ନୃସିଂହ ଚରଣ ତ୍ରିପାଠୀଙ୍କୁ ପଦକ, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଲେଶ୍ୱର ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ଦୈନିକ ଖବରକାଗଜ ‘ଅପରାହ୍ନ’ ବାର୍ଷିକ ଉତ୍ସବ ଅବସରରେ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା ।
Discover more from Lokamata Odisha
Subscribe to get the latest posts sent to your email.