କେନ୍ଦ୍ରାପଡା ଜିଲ୍ଲାରେ ଭାରତ ବନ୍ଦ ସମ୍ପୂର୍ଣ ସଫଳ , ଯାନବାହନ ଚଳାଚଳ ସମ୍ପୂର୍ଣ ଥପ

 

blank
କେନ୍ଦ୍ରାପଡ଼ା,୧୨ା୨: ମନରେଗା ବଞ୍ଚାଅ – ଭି. ବି. ଜି.ରାମ୍‌.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍ -୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନକ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ଗୁରୁବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ କେନ୍ଦ୍ରାପଡା ଜିଲ୍ଲା ତଥା ସହରରେ ସମ୍ପୂର୍ଣ ସଫଳ ହୋଇଛି। କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ମିଳିତ ମଞ୍ଚ,ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ସ୍ୱାଧୀନ ଫେଡରେସନ ସମୂହ ଡ଼ାକରାରେ କେନ୍ଦ୍ରାପଡା ଜିଲ୍ଲାରେ କଂଗ୍ରେସ ସମେତ ସମସ୍ତ ବାମଦଳ ବନ୍ଦରେ ସିଧାସଳଖ ସାମିଲ ହୋଇଥିଲେ। ବିଜେଡି ପୂର୍ଣ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ସାମିଲ ହୋଇଥିଲା। କେନ୍ଦ୍ରାପଡା ସହରର ତିନିମୁହାଣୀ ଛକରେ ସକାଳ ଛଅ ଘଟିକରୁ ପିକେଟିଂ କରାଯାଇ କଟକ ଚାନ୍ଦବାଲି ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ପରେ ଶୋଭାଯାତ୍ରାରେ ଯାଇ ବିଭିନ୍ନ ଅଫିିସ ଦପ୍ତର, ବ୍ୟାଙ୍କ, ବୀମା, ପୋଷ୍ଟାଲ, ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ବନ୍ଦକୁ ସମସ୍ତ ବ୍ୟାଙ୍କ, ବୀମା ଓ ପୋଷ୍ଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିଲେ। ଆଶା, ପାଚିକା, ଅଙ୍ଗନବାଡି କର୍ମୀ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ମଧ୍ୟ ବନ୍ଦକୁ ସମର୍ଥନ କରାଯାଇଥିଲା। ବନ୍ଦ ପରିପ୍ରେକ୍ଷୀରେ ଆହୁତ ସାଧାରଣ ସଭାରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ତଥା ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗାୟଧର ଧଳ ସଭା ପରିଚାଳନା କରିଥିଲେ। ଏହି ସଭାରେ ଆଇଏନଟିୟୁସି ସଭାପତି ମୁକ୍ତାର ଖାଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ବେହେରା, କଂଗ୍ରେସ ନେତା ପ୍ରଫୁଲ ଦାସ, ସିପିଆଇ ନେତା ରମଣୀରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡ଼ ସିପ୍ରା ମଲ୍ଲିକ, ସିଟୁ ନେତା ଜଗତ ଜୀବନ ଦାସ, ମାଧବ ଦାସ, ଏଆଇଟିୟୁସି ନେତା ବାବାଜୀ ଧଳ, ଆଇଏନଟିୟୁସି ନେତା ଫକୀର ଖଟୁଆ, ବିଧୁଭୂଷଣ ମହାପାତ୍ର, ୟୁଟିୟୁସି ପକ୍ଷରୁ ଏଲିନା ସାମନ୍ତରାୟ, ହୀରାମଣି ରାଉତ, ଯୁବ ବିଜେଡି ନେତା ରାଜେଶ ପଣ୍ଡା, ଏଚଏମ୍‌ଏସ ନେତା ତ୍ରିଲୋଚନ ଦାସ, କିଷାନ କଂଗ୍ରେସ ନେତା ମହେନ୍ଦ୍ର ପରିଡା, ନବନିର୍ମାଣ କୃଷକ ସଙ୍ଗଠନ ନେତା ହୃଷିକେଶ ନାୟକ, ଅଖିଳ ଭାରତକୃଷକ ସଭା ନେତା ଆଦିକନ୍ଦ ରାଉଳ, ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ନେତା ଅଜୟ ସାମଲ, ଶିକ୍ଷକ ନେତା ତ୍ରିଲୋକ୍ୟନାଥ ସ୍ୱାଇଁ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ସୁଶୀଲ ସାମଲ, ବ୍ୟାଙ୍କ କର୍ମଚାରୀ ନେତା ଆଶୁତୋଷ ପ୍ରସାଦ, ପାଚିକା ନେତ୍ରୀ କୁମୁଦିନି ସେନାପତି, ସଂଜୁଲତା ଦାସ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରର ଜନ ବିରୋଧୀ ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ସହିତ ସାରା ଜିଲ୍ଲାରେ ଏହି ଧର୍ମଘଟକୁ ଦଳ ମତ ନିର୍ବର୍ିଶେଷରେ ସବୁମତେ ସଫଳ କରି ଥିବାରୁ ଜନଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ବିଭ୍ରାଂଶୁ ଦାସ, ଦିଲ୍ଲୀପ ପ୍ରଧାନ, ରାଜୀବ ମିଶ୍ର, ଲୋଚନ ମିଶ୍ର, ଜ୍ୟୋତିରଞ୍ଜନ ପରିଡା, ନିରାକାର ସାହୁ, ଅଶୋକ ନାଥ, କାମିନୀ କର, ଆରତୀ ପରିଡା, ସରସ୍ୱତୀ ଦାସ, ରେଣୁବାଳା ପ୍ରଧାନ, ନିର୍ମଳା ସିଂ, କୋରେସା ବିବି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Next Post

କୁମ୍ଭୀର ଜଳଜ ପରିବେଶକୁ ସୁସ୍ଥ ରଖିବାରେ ସହାୟକ ହୁଏ : ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦ ପକ୍ଷରୁ ଆଲୋଚନା ଚକ୍ର

Fri Feb 13 , 2026
ପଟ୍ଟାମୁଣ୍ଡାଇ ୧୩/୨ – ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦ ପକ୍ଷରୁ ବନ୍ୟପ୍ରାଣୀ ଓ କୁମ୍ଭୀର ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଗଣିତ ବିଭାଗ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ପୌରହିତ୍ୟରେ ଶୁକ୍ରବାର ଆୟୋଜିତ ଆଲୋଚନା ଚକ୍ରରେ ଓଡ଼ିଶା ବନ ବିଭାଗ କୁମ୍ଭୀର ବିଶେଷଜ୍ଞ ତଥା ସ୍ୱେଚ୍ଛାସେବୀ ବିଶେଷଜ୍ଞ ଓ ଜୈବ ବିବିଧତା ସଂରକ୍ଷଣ (ଆଇୟୁସିଏନ/ଏସଏସସି ) […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading