କେମିତି ଥିଲା ସୁନୀତାଙ୍କ ୯ ମାସର ଯାତ୍ରା

blank
ନୂଆଦିଲ୍ଲୀ ୧୯ା୩- ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ୱକୁ ମିଳିଛି ବଡ଼ ସଫଳତା । ଏକାଧିକ ଚେଷ୍ଟା ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଓ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ । ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ର ତଟରେ ସ୍ପେଶ-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେଶ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ । କିପରି ଥିଲା ୯ ମାସର ମହାକାଶ ଜୀବନ କହିବାକୁ ଗଲେ ୮ ଦିନ ପାଇଁ ପ୍ରସ୍ତୁତି କରି ଯାଇଥିଲେ ମହାକାଶଚାରୀ । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୯ ମାସ ରହିଥିଲେ ସୁନୀତା ଓ ସହଯୋଗୀ । ତେବେ ସେଠାରେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ ଆଷ୍ଟ୍ରୋନଟ । ବ୍ରେକଫାଷ୍ଟରେ ଖାଉଥିଲେ ଗହମ ଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର । ପିଜା, ଚିଙ୍ଗୁଡି ମାଛ କକଟେଲ୍ସ, ପୋଡ଼ା ଚିକେନ, ଚୁନା ମାଛ ଖାଉଥିଲେ। ଏହା ସହ କମ୍ ପରିମାଣର ଫଳ, ପନିପରିବା ଖାଉଥିଲେ ସୁନୀତା ପ୍ୟାକେଟିଂ ଥିବା ଫଳ ଓ ପରିବା ଉପଲବ୍ଧ ରହୁଥିଲା । ପ୍ରତି ତିନି ମାସରେ ସ୍ପେସ୍ ଷ୍ଟେସନକୁ ଖାଦ୍ୟ ଯାଉଥିଲା । ଖାଦ୍ୟ ମୁଖ୍ୟତଃ ଶୁଖିଲା ରହୁଥିଲା। ଖାଦ୍ୟକୁ ଗରମ କରି ଖାଉଥିଲେ ମହାକାଶଚାରୀ । ମାଂସ ଓ ଅଣ୍ଡା ପୃଥିବୀରୁ ରନ୍ଧା ହୋଇ ପଠାଯାଉଥିଲା । ଆବଶ୍ୟକ ସମୟରେ ଗରମ କରି ଖାଦ୍ୟ ଖାଉଥିଲେ । ସ୍ପେଶ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା। ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ସୂଚନା ଥାଉକି, ୨୦୨୪, ଜୁନ୍ ୫- ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ସାଥୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମହାକାଶ ଯାତ୍ରା କରିଥିଲେ । ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ପଠାଯାଇଥିଲା। ପୃଥିବୀ ପୃଷ୍ଠରୁ ପ୍ରାୟ ୪ଶହ କିମି ଉପରେ ଶୂନ୍ୟରେ ରହିଛି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର । ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଲା। ପ୍ରଥମେ ବୋଇଂ ଷ୍ଟାରଲାଇନରୁ ହିଲିୟମ୍ ଗ୍ୟାସ ଲିକ୍ କରୁଥିବା ଜଣାପଡିଥିଲା । ପରେ ମହାକାଶ ଯାନର ୪ଟି ଥ୍ରଷ୍ଟ ପଏଣ୍ଟ କାମ କରୁନଥିବା ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ମହାକାଶ ଯାନର ଅନ୍ୟ ପଏଣ୍ଟରୁ ହିଲିୟମ୍ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ବୋଇଂ ଷ୍ଟାରଲାଇନରେ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲା ନାସା । ସେବେଠାରୁ ମହାକାଶରେ ଫସି ରହିଥିଲେ ସୁନୀତା ଓ ବଚ୍ ୱିଲମୋର ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ନିଖୋଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

Thu Mar 20 , 2025
ଡେରାବିଶ,୨୦/୩: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଲୁଣା ନଦୀର ବଳରାମପୁର ଠାରେ ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ହେଲେ ଡେରାବିଶ ଥାନ ଅନ୍ତର୍ଗତ କୁରଜଙ୍ଗ ପଂଚାୟତ ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ  ୧୪ ବର୍ଷର  ପୁଅ ଆୟୁଷ୍ମାନ ବୋଲି ଜଣାପଡିଛି । Discover more from Subscribe to get the latest posts sent to your email. […]
blank

ଲୋକମତ

Breaking News

error:Content is protected !!

Discover more from

Subscribe now to keep reading and get access to the full archive.

Continue reading