ପଟ୍ଟାମୁଣ୍ଡାଇରେ ମଧୁ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ତା ୨୮/୪-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପକ୍ଷରୁ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାଳ୍ପିକ ପ୍ରଦୀପ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷାବିତ ବିପ୍ଲବୀ କବି ଅଶୋକ ପରିଡା ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର ମୁଖ୍ୟଵକ୍ତା,କବି ଅନ୍ତର୍ଯ୍ୟାମୀ ବେଜ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ, ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ, ସମାଜସେବୀ ସୁକାନ୍ତ ଦାସ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଭା ଆରମ୍ଭରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ, ଧୂପ ଦୀପ ଦିଆଯାଇଥିଲା । ଶେଷରେ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

Tue Apr 29 , 2025
ପଟ୍ଟାମୁଣ୍ଡାଇ ୨୯/୪– ଉତ୍କଳ ଗୌରବ ମଧୁସୂଦନ ଦାସ ଓକିଲାତିରୁ ଦେଶ ସେବା ସମାଜସେବା କରୁଥିଲେ। ସେ କେବେ ତାଙ୍କ ଜୀବନରେ ସାଲିସ କରିନାହାନ୍ତି। ସେ ସମାଜ ସଂସ୍କାରକ ଥିଲେ। ତାଙ୍କର କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଚିରସ୍ମରଣୀୟ। ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ଇଂରାଜୀ ଭାଷା ଓ ତାଙ୍କ ଆଇନଙ୍କୁ ଅସ୍ତ୍ର ଭଳି ବ୍ୟବହାର କରି ସଫଳ ହୋଇଥିଲେ। ପରାଧୀନ ଓଡିଶାର ପ୍ରଥମ ଓଡିଆ ଭାଵେ ଓଡ଼ିଶା ତଥା ଓଡିଆର […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading