କେନ୍ଦ୍ରାପଡା,୧୩ା୪: କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଜିଲ୍ଲାର ୨୯ଟି ପଂଚାୟତରେ ପରିବ୍ୟାପ୍ତ ଅଶୃଖୋଳା ଆଦ୍ରଭୂମି ର ସୁରକ୍ଷା ଓ ଏହାର ବିକାଶ ଲକ୍ଷ୍ୟରେ ଗଠିତ ଅଶୃଖୋଳା ଉନ୍ନୟନ ପରିଷଦର ଏକ ଜୋନାଲ ବୈଠକ ଆଜି ଅଶୃଖୋଳା ତଟ କଣ୍ଟପଦା ବେଲବଣ ମଠରେ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ଉପସଭାପତି ଗଙ୍ଗାଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧ନମ୍ବର ଜୋନ୍ ଅନ୍ତର୍ଗତ ୭ଟି ପଂଚାୟତରୁ ବିଶିଷ୍ଟବ୍ୟକ୍ତିମାନେ ଯୋଗଦାନ କରିଥିଲେ । ଅଶୃଖୋଳା ଭଳି ଏକ ପ୍ରାକୃତିକ ଜଳ ଉସ୍ôକୁ ବିକଶିତ କରାଇ ଉତ୍ତରପୀଢିଙ୍କ ଜଳ ନିରାପତ୍ତାକୁ ସୁନିଶ୍ଚିତ କରିବା, ସମଗ୍ର ଅଂଚଳରେ ଭୂତଳ ଜଳସ୍ତରକୁ ସ୍ଥିର ରଖିବା ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ପରିଷଦ ଯେଉଁ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି ତାହା ସ୍ୱଗତଯୋଗ୍ୟ ଏବଂ ଏଥିପାଇଁ ସମ୍ମଳିତ ଉଦ୍ୟମ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ପରିଷଦର ଜୋନାଲ କମିଟି ଗଠନ କରାଯାଇଥିଲା । କମିଟିର ସମ୍ପାଦକ ଭାବେ ଅଭୟ କୁମାର ଚୌଧୁରୀ,ଯୁଗ୍ମ ସଂପାଦକ ଭାବେ ଶୁକଦେବ ବାରିକ,ସହ କୋଷାଦ୍ଧକ୍ଷ ଭାବେ ରଂଜିତ ସାହୁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବିକ୍ରମ ମହାନ୍ତି,ରମେଶ ବେହେରା,ପ୍ରଦୀପ କୁମାର ନାୟକ,ତୁଷାରକାନ୍ତ ଦାସ ଓ ଶୁକଦେବ ଶରଣସିଂହଙ୍କୁ ମନୋନୀତ କରାଯାଇଥିଲା । ବିପିନ ବିହାରୀ ସାମଲଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଡ଼.ଅମରେନ୍ଦ୍ର ନାଥ ମହାନ୍ତିଙ୍କ ବାର୍ତ୍ତା ପାଠ କରାଯାଇଥିଲା । ବୈଠକରେ ସର୍ବଶ୍ରୀ ଗଣେଶ ଚନ୍ଦ୍ର ସାମଲ,ଗଙ୍ଗାଧର ସାମଲ,ଅଶୋକ କୁମାର ରାଉତ,ସଂଜୟ କୁମାର ସେଠୀ,ଅଶୋକ କୁମାର ମହାପାତ୍ର,ପ୍ରମୋଦ କୁମାର ମଲ୍ଲ,ଊଦୟନାଥ ଚୌଧୁରୀ,ମହେଶ୍ୱର ସ୍ୱାଇଁ ,ତନୟ କୁମାର ରଥ ପ୍ରମୁଖ ସୁଚିନ୍ତିତ ମତାମତ ରଖିଥିଲେ । ପରିଷଦର ଏହି ଅଭିଯାନକୁ ୨୯ଟି ପଂଚାୟତରେ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅମୀୟ କୁମାର ପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
Discover more from
Subscribe to get the latest posts sent to your email.