ଭୁବନେଶ୍ୱର ୪ା୪-ୱାକଫ୍ ବିଲ୍କୁ ନେଇ ଦେଶରେ ରାଜନୀତି ଜୋର ଧରିଥିଲାବେଳେ ଓଡିଶା ଏଥିରୁ ବାଦ୍ ପଡିନାହିଁ । ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ଥିବାରୁ ରାଜ୍ୟ ଜନସାଧାରଣ ନାକ ଟେକିବା ଆରମ୍ଭ କଲେଣି । କାରଣ ବିଜେଡିର ଷ୍ଟାଣ୍ଡ୍ କ୍ଲିୟର ନାହିଁ । ରାଜ୍ୟ ବିଧାନସଭା ଭିତରେ ଛାମୁଆଁ ନେତାମାନେ ଶାସକ ବିଜେପି ବିରୋଧରେ ବିଷ ଓଗାଳୁଥିବାବେଳେ କେନ୍ଦ୍ରରେ ବିଜେଡି ନେତାମାନେ ବିଜେପିକୁ ସମର୍ଥନ କରୁଛନ୍ତି । ଏହାକୁ ନେଇ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯିବା ସହ ଦୁଇ ଫାଳ ଆଡକୁ ଗତି କରୁଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ବିଜେଡି ଆଉ କ୍ଷମତା ଗାଦିକୁ ଫେରି ପାରିବ ନାହିଁ । ୱାକଫ୍ ବିଲ୍ ଆସିବା ପରେ ଭାରତ ବର୍ଷରେ ଥିବା ଆଞ୍ଚଳିକ ଦଳ ମାନଙ୍କର ବିଲୁପ୍ତ ପ୍ରାୟ ହୋଇଯିବ ବୋଲି ଜଳଜଳ ଦେଖାଯାଉଛି । ଏହା ଭଲ ହେଲା । ଭାରତ ବର୍ଷରେ ଦୁଇଟି ରାଷ୍ଟ୍ରୀୟ ଦଳ ବିଜେପି ଓ କଂଗ୍ରେସ ରହି ଏକ ପୁର୍ଣ୍ଣ ରାଜନୈତିକ ଦଳ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ ଦେଉଛନ୍ତି । ୱାକଫ୍ ବିଲ୍ ବିଜେପି ସରକାର ଆଣି ଦେଶର ଆଞ୍ଚଳିକ ଦଳ ପ୍ରତି ଅଙ୍କୁଶ ଲଗାଇଛି । ନବୀନ ନିବାସ ବୈଠକ ପରେ ବିଜେଡି ନେତାମାନଙ୍କ ମୁହଁରେ ହସ ନ ଥିବା ପରିଲକ୍ଷିତ ହେଉଛି । ଲେପ ମାରିବା ପାଇଁ ମିଡିଆ ଆଗରେ ଧର୍ମ ନିରପେକ୍ଷ ବୋଲି ବୟାନ ଦେଉଛନ୍ତି ଯାହା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ପୂର୍ବଭଳି ବିଜେଡି ଧର୍ମ ନିରପେକ୍ଷ ଭଳି କାର୍ଯ୍ୟ କରିବ ହେଲେ ସାଧାରଣ ଲୋକ ଗ୍ରହଣ କରୁନାହାନ୍ତି । ଯାହା ଜଣାପଡୁଥିଲା ନବୀନଙ୍କ ହୁଇପ୍ ଆଉ କାର୍ଯ୍ୟ କରୁନାହିଁ । କାରଣ କିଛି ବିଜେଡି ନେତା କହୁଛନ୍ତି ଯେ, ଦଳର ହୁଇପ୍କୁ ରାଜ୍ୟସଭା ସାଂସଦ ମାନେ ମାନିଲେ ନାହିଁ । କିଛି ଲୋକ କହୁଛନ୍ତି ୨୪ ବର୍ଷ ସରକାରର ବିଜେଡିର ପେଡି ପୂର୍ଣ୍ଣ ହୋଇ ରହିଛି । ଯଦି ରାଜ୍ୟସଭାରେ ବିଜେଡି ସରକାରଙ୍କୁ ସମର୍ଥନ କରିନଥାନ୍ତେ ତାହେଲେ ବହୁ ବିଜେଡି ନେତା ସିବିଆଇ ଜାଲରେ ଫସି ଛଟପଟ ହୋଇଥାନ୍ତେ । ତେଣୁ ସିବିଆଇ ଡରରେ ବିଜେଡି ସାଂସଦମାନେ ସରକାରଙ୍କୁ ସମର୍ଥନ କରିଛନ୍ତି। ଏଥିରୁ ସ୍ପଷ୍ଟ ବାରିହେଉଛି ଯେ, ୨୦୨୯ ବେଳକୁ ବିଜେଡିର ସରକାର ଆସିବା କଥା ଦୂରେ ଥାଉ ସଂଗଠନ ଥିବ କି ନ ଥିବ ଏକଥା ସନ୍ଦେହ ଚକ୍ଷୁରେ ଜନସାଧାରଣ ଦେଖିଲେଣି ।
Discover more from
Subscribe to get the latest posts sent to your email.