ଟ୍ରଷ୍ଟ ପକ୍ଷରୁ ବାଜିରାଉତ ଛାତ୍ରାବାସକୁ ଆର୍ଥିକ ସହାୟତା

blank
କେନ୍ଦ୍ରାପଡ଼ା,୨୪ା୩ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଟ୍ରଷ୍ଟ ପକ୍ଷରୁ ଗରୀବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟି ଅରୁଣ ପ୍ରତାପ ଦାସ, ଶାରଦାକାନ୍ତ ଦାସ ଓ ଭୁବନମୋହନ ଦାସ ପ୍ରମୁଖ ଅନୁଗୁଳର ହାକିମପଡାସ୍ଥିତ ବାଜିରାଉତ ଛାତ୍ରାବାସରେ ପହଞ୍ଚି ଛାତ୍ରାବାସର ମୁଖ୍ୟ ପରାମର୍ଶଦାତା କ୍ରିଷ୍ଣା ମହାନ୍ତିଙ୍କୁ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଛାତ୍ରାବାସରେ ରହୁଥିବା ଗରୀବ ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ, ବସ୍ତ୍ର ଓ ଶିକ୍ଷାଦାନ ନିମନ୍ତେ ପ୍ରଦାନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏହି ଅର୍ଥ ପ୍ରଦାନ ବେଳେ ଟ୍ରଷ୍ଟର ସଦସ୍ୟ ନଗେନ୍ଦ୍ରନାଥ ଦାସ ମହାପାତ୍ର, ଡ. ଜ୍ଞାନଦେବ ମହାରଣା, ରାଜଲକ୍ଷ୍ମୀ ମହାନ୍ତି, ସବିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ରାଜ୍ୟସ୍ତରୀୟ ଅସ୍ମିତା ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡା ଛାତ୍ରୀମାନଙ୍କ କୃତିତ୍ୱ

Tue Mar 25 , 2025
କେନ୍ଦ୍ରାପଡ଼ା,୨୫ା୩: ଚଳିତ ମାସ ୨୦ ତାରିଖ ଦିନ ପୁରୀଠାରେ ଥିବା ଜଗନ୍ନାଥ ଧାମ କ୍ରିକେଟ୍ ଷ୍ଟାଡିୟମ୍‌ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ସହାୟତାରେ ହୋଇଥିବା ରାଜ୍ୟସ୍ତରୀୟ ଅସ୍ମିତା ଯୋଗାସନ ପ୍ରତିଯୋଗିତାରେ ଜୁନିୟର ବାଳିକା ବିଭାଗରେ ଟୁଇଙ୍କିଲ୍ ସ୍ୱାଇଁ ଆର୍ଟିଷ୍ଟିକ୍ ବ୍ୟକ୍ତିଗତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଟ୍ରାଡିଶନାଲ ଯୋଗାସନ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ଥଳେ ସିନିୟର ବାଳିକା ବିଭାଗରେ ଡେରାବିଶ ବ୍ଲକର […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading