ଛାତ୍ରୀଛାତ୍ରଙ୍କ ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦ ପୋଲିସ ବର୍ବରୋଚିତ ବ୍ୟବହାର ଓ ଲାଠିଚାର୍ଜକୁ ନିନ୍ଦା ପଟ୍ଟାମୁଣ୍ଡାଇ ୨୪/୭ – ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ନୂଆଦିଲ୍ଲୀଠାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ନିର୍ଦ୍ଦୟ ଲାଠିଚାର୍ଜ , ଏବଂ ଛାତ୍ରୀଛାତ୍ରଙ୍କ ହକ୍ ପାଇଁ ସ୍ୱର ଉତୋଳନ କରୁଥିବା ଲୋକସଭାର ବିରୋଧୀ ଦଳ ନେତାଙ୍କ ସହ ପୋଲିସର […]
TOP STORIES
ପଟ୍ଟାମୁଣ୍ଡାଇ ୨୪/୭ – ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚୟତର ଦାମୋଦରପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେବ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଆସୁଥିବା ବେଳେ ଗ୍ରାମବାସୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦାମୋଦରପାଟଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କୋମଳମତି ଛାତ୍ରୀଛାତ୍ରମାନେ ପାଟପଢୁଛନ୍ତି । ମାତ୍ର ଏଠାରେ ଜଣେ ଶିକ୍ଷକ ସମସ୍ତ ଶ୍ରେଣୀ ଶିକ୍ଷାଦାନ ସହ […]
ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ। ପ୍ରବଳ ବର୍ଷା ଜଳ ଓ ଭାରିଯାନ ଚଳାଚଳ ପ୍ରଭାବରେ ରାସ୍ତାର ମାଟି ଧୋଇଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ, ଯେକୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ […]
କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ ପୋଲିସ ଅଟକ ରଖିଥିବା ଘଟଣାର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ତିନିମୁହାଣି […]
ପଟ୍ଟାମୁଣ୍ଡାଇ ୨୩/୭ – ପିଲାମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ର ସରକାର ସ୍କୁଲର ୫୦୦ ମିଟର ପରିଧି ମଧ୍ୟରେ ଉଚ୍ଚ-କ୍ୟାଫିନ୍ ଯୁକ୍ତ ଏନର୍ଜି ଡ୍ରିଙ୍କସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରି ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାର ତମାଖୁ ବା ନିଶାଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ […]
ପଟ୍ଟାମୁଣ୍ଡାଇରେ ଛାତ୍ରାଓଁ କି ଗୁଞ୍ଜ ଅଭିଯାନ ଶିକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ ପଟ୍ଟାମୁଣ୍ଡାଇ ୨୨/୭ – ଦେଶରେ ଶିକ୍ଷା ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବଢ଼ିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭକୁ କଂଗ୍ରେସ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛି । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବାରମ୍ବାର ପେପର ଲିକ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଅନିୟମିତତାକୁ […]
ପଟ୍ଟାମୁଣ୍ଡାଇ ୨୧/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗୋବରୀ ସମ୍ପ୍ରସାରିତ କେନାଲ ସଫେଇ ନାମରେ କେନାଲକୁୁ ହଳକରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବାକୁ ଉଦ୍ୟମ ଚାଲିଥିବା ଅଭିଯୋଗ ହୋଇଛି । କେନାଲରେ ଶୁଖିଲା ଥିବାବେଳେ ସଫେଇ କରିବାର ନିୟମକୁ ଅଣଦେଖା କରି ଆଣ୍ଠୁଏ ଲେଖାଁଏ ବର୍ଷାପାଣିରେ ସଫେଇ କରାଯାଉଛି । ପଙ୍କମାଟି, ଦଳ ଆବର୍ଜନା ଉଦ୍ଧାର ନାମରେ କେବଳ କେନାଲ ଶଯ୍ୟାରେ ଟ୍ରାକ୍ଟର ଚଲାଇ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ଦାୟିତ୍ୱ […]
हल्की बारिश में भी बिजली कट जाती है पट्टामुंन्डाइ 16/7 -पट्टामुंन्डाई बिजली विभाग के कर्मचारियों और अधिकारियों की मनमानी और घोर लापरवाही की वजह से लोकल इलाके में बिजली सर्विस पूरी तरह से चरमरा गई है। हल्की बारिश या हवा चलने पर भी घंटों घण्टे बिजली सर्विस बंद रहती है, […]
ଖତ ଖାଉଛି ଲକ୍ଷାଧିକ ଟଙ୍କାର ଟିଏମସି ସାମଗ୍ରୀ ପଟ୍ଟମୁଣ୍ଡାଇ ଅଂଚଳର ବହୁ ପ୍ରବାସୀ ଆନ୍ଧ୍ରରେ କାର୍ଯ୍ୟରତ ଦୈନିକ ବସ ଯୋଗେ ଲାଗିଛି ଯିବା ଆସିବା ପଟ୍ଟାମୁଣ୍ଡାଇ ୧୪/୭ -କକିଛିବର୍ଷର ବ୍ୟବଧାନ ପରେ ପୁଣି କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ଯାହା ଦ୍ୱାରା ଆନ୍ଧ୍ରରେ ୨ଜଣଙ୍କ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଜିଲାରେ ଚିନ୍ତା ବଢ଼ିଛି। ବିଶେଷ କରି ପଟ୍ଟମୁଣ୍ଡାଇ ଅଂଚଳର ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଆନ୍ଧ୍ରପ୍ରଦେଶରେ […]
କେନ୍ଦ୍ରାପଡ଼ା,୧୪ା୭:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ଆଜି ହଜାର ହଜାର ଭକ୍ତଙ୍କୁ ନବ ଯୌବନ ରୂପରେ ଦର୍ଶନ ଦେଇଛନ୍ତି। ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜୀଉ ଜ୍ୱରରେ ପୀଡ଼ିତ ହେବା ସହ ପନ୍ଦରଦିନ ଅଣସର ଘରେ ରହିଥିଲେ। ସେଠାରେ ଶ୍ରୀଜୀଉମାନଙ୍କୁ ସେବକଙ୍କ ଦ୍ୱାରା ଗୁପ୍ତ ସେବା କରାଯାଇଥିଲା। ଯାହା ଫଳରେ ଭକ୍ତ ମାନଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବାରଣ ଥିଲା। ଆଜି ପବିତ୍ର ନେତ୍ର ଉତ୍ସବ ଥିବାରୁ ହଜାର […]

